ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହୋଇଛି ଦ୍ୱିତୀୟ ଟ୍ରାଏଲ ରନ 

ବୁଧବାର ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ ହୋଇଛି। ବୁଧବାର ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବାର ଯୋଜନା ରହିଛି।

ଟ୍ରାଏଲ ରନ ଅବସରରେ ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଅନୁଗୁଳ, କେରଜାଙ୍ଗ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଷ୍ଟେସନରେ ରହିବ। ସକାଳ ୬ଟାରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। 

ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ପୁରୀରୁ ତାଳଚେର ମଧ୍ୟରେ ପ୍ରଥମ ଟ୍ରାଏଲ ରନ ହୋଇଥିଲା।

ଗତ ମେ’ ୧୮ ତାରିଖରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ଼ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ରେନଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା।

Tags: #VandeBharatExpress #TrailRun #Puri #Rourkela #Odisha #IndianRailways

LEAVE A REPLY

Please enter your comment!
Please enter your name here