ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡକୁ ନେଇ ପୁଣି ଚିନ୍ତା ବିଢ଼ିଲାଣି। ଦେଶରେ ଏବେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଉପରେ ରହୁଛି। ସ୍ଵାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୫,୮୮୦ଟି ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି। କୋଭିଡ ଆକ୍ରାନ୍ତ ହୋଇଥିବା ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପଜିଟିଭ ହାର ୬.୯୧ ପ୍ରତିଶତରେ ପହଞ୍ଚିଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଯଦି ଦୈନିକ ପଜିଟିଭ ହାର ୫ ପ୍ରତିଶତ ଉପରେ ରୁହେ ତେବେ ସଂକ୍ରମଣ ଆୟତ ବାହାରେ ବୋଲି ଧରାଯିବ।

ରାଜଧାନୀ ଦିଲ୍ଲୀରେ ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ମୋଟ ୨୨୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ କୋଭିଡ ସଂକ୍ରମଣ ହାର ୨୧.୧୫ ପ୍ରତିଶତ ହୋଇଛି। ଏପ୍ରିଲ ୩ ତାରିଖ ସୁଦ୍ଧା ଦିଲ୍ଲୀରେ ୧,୪୦୬ଟି ସକ୍ରିୟ ମାମଲା ରହିଥିବାବେଳେ ଏପ୍ରିଲ ୯ ତାରିଖ ସୁଦ୍ଧା ଏହା ୨,୪୬୦କୁ ପହଞ୍ଚିଛି।

ମହାରାଷ୍ଟ୍ରରେ ମଧ୍ୟ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୭୮୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ରାଜସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ବର୍ତ୍ତମାନ ୧୬୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡୁରେ ୩୬୯ଟି ନୂଆ ମାମଲା ଆସିଥିବାବେଳେ କେରଳରେ ୮୫୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଓଡ଼ିଶାରେ ୭୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ କୋଭିଡ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହେଉଥିବାରୁ ପୁଣି ଏକ ଲହର ଆସିବା ନେଇ ଚିନ୍ତାରେ ରହିଛନ୍ତି ଜନସାଧାରଣ।

Tags: #Covid19 #Corona #CovidInfection #CovidTension

LEAVE A REPLY

Please enter your comment!
Please enter your name here