ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଧୀରେ ଧୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଗୁଆ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। କୋଭିଡ ମୁକାବିଲା ପାଇଁ ଓଡ଼ିଶାକୁ ୫୦ ହଜାର ଟିକା ପଠାଇବା ଲାଗି କେନ୍ଦ୍ରକୁ ଚିଠି ଲେଖାଯାଇଥିବା ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଦୁଇ ସପ୍ତାହ ହେଲା ବଢ଼ୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୦୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସଂକ୍ରମଣ ହାର ବଢ଼ୁଥିବାରୁ ପୁଣି ଏକ ଲହର ଆସିବା ନେଇ ଆଶଙ୍କା ଦେଖା ଦେଇଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ମୁକାବିଲା ତତ୍ପରତା ପ୍ରକାଶ କରିଛନ୍ତି ସରକାର।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଲୋକଙ୍କୁ ପ୍ରିକସନ ଡୋଜ ଦିଆଯାଇଛି। ଟିକା ସରିଯାଇଥିବାରୁ ଗତ ଫେବ୍ରୁଆରି ୧୦ ତାରିଖଠାରୁ ରାଜ୍ୟରେ ଟିକାରକଣ ବନ୍ଦ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଟିକା ମଗାଯିବ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

Tags: #Covid19 #Vaccine #Vaccination #CovidInfection #Corona

LEAVE A REPLY

Please enter your comment!
Please enter your name here