ଓଡ଼ିଶାଲାଇଭ୍ ବ୍ୟୁରୋ

ବାରାଣାସୀର ବସ୍ତି ଅଞ୍ଚଳଗୁଡ଼ିକରେ ‘ହାପି ବେବି ପ୍ରୋଗ୍ରାମ’ ମାଧ୍ୟମରେ ଶିଶୁମାନଙ୍କର ଟୀକାକରଣ ଲାଗି ସଚେତନତା ସୃଷ୍ଟି କରିବାରେ ହ୍ଵାଟସଆପ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟାଚବଟର ସଫଳତା ପୂର୍ବକ ବ୍ୟବହାର କରାଯାଇଛି।

ଏହି ଅଭିନବ କାର୍ଯ୍ୟକ୍ରମ ଦ୍ଵାରା ଶିଶୁମାନଙ୍କ ପିତାମାତାଙ୍କୁ ଆଗାମୀ ଟୀକାରଣର ତାରିଖ ଏବଂ ଟୀକାକରଣ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ ଲାଗି ହ୍ଵାଟସଆପରେ ଚାଟବଟ ସଞ୍ଚାଳିତ ସୂଚନା ପ୍ରଦାନ କରାଯାଇଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ଜନ୍ସ ହୋପକିନ୍ସ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ରାଜୀବ ଏନ ରିମଲ କହିଛନ୍ତି, “ମା’ ଏବଂ ଶିଶୁଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଆମେ ପ୍ରାଥମିକତା ଦେଇଆସୁଛୁ। ଉତ୍ତରପ୍ରଦେଶ ସରକାରଙ୍କ ସହ ସହଭାଗୀତାରେ ବାରାଣାସୀର ବସ୍ତି ଅଞ୍ଚଳରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଛି।”

ହାପି ବେବି ପ୍ରୋଗ୍ରାମ ଜରିଆରେ ଟୀକା ଏବଂ ସ୍ଵାସ୍ଥ୍ୟ ବ୍ୟବସ୍ଥା ପ୍ରତି ଶିଶୁଙ୍କ ପିତାମାତାଙ୍କର ବିଶ୍ଵସନୀୟତା ବଢ଼ିଥିବା ଅଧ୍ୟୟନରୁ ଜଣାପଡ଼ିଛି।

“ହାପି ବେବି ପ୍ରୋଗ୍ରାମକୁ ହ୍ଵାଟସଆପ ଚାଟବଟ ରୂପରେ ଡିଜାଇନ କରାଯାଇଛି। ଏହା ଏଆଇ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର କରି ପିଲାଙ୍କର ସମ୍ପୂର୍ଣ୍ଣ ଟୀକାକରଣକୁ ସୁନିଶ୍ଚିତ କରିବାରେ ବେଶ ସହାୟକ ହେଉଛି। ଏଆଇର ବ୍ୟବହାର କରି ହ୍ଵାଟସଆପରେ ଅଡିଓ ଓ ଭିଡିଓ ମାଧ୍ୟମରେ ଟୀକାରକରଣକୁ ବ୍ୟାପକ କରିବା ସହ ସଫଳ ମିଳିପାରିବ। ଏଭଳି ବ୍ୟବସ୍ଥା ସରକାର ଏବଂ ବିଭିନ୍ନ ସଂସ୍ଥା ପାଇଁ ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ର ସାବ୍ୟସ୍ତ ହୋଇପାରିବ”, କହିଛନ୍ତି ସ୍ୱାସ୍ଥ୍ୟ ପ୍ଲସ୍‍ ନେଟ୍‍ୱର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ରଥ।

 ଏହି ଅଧ୍ୟୟନରେ ଟୀକାରଣ, ହାତ ଧୋଇବା, ପୋଷଣା ଏବଂ ସ୍ତନ୍ୟପାନ ଆଦି ବିଭିନ୍ନ ସ୍ଵାସ୍ଥ୍ୟ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଛି। ଅଧ୍ୟୟନରୁ ଜଣାପଡ଼ିଛି ଯେଉଁମାନେ ସୂଚନା ପାଇଥିଲେ, ସେମାନେ ନିଜ ପିଲାଙ୍କ ଟୀକାକରଣ ପାଇଁ ସଚେତନ ହୋଇଥିବା ଜଣାପଡ଼ିଛି।

“ବ୍ୟସ୍ତ ବହୁଳ ଜୀବନରେ ମଣିଷକୁ କୌଣସି କାମ କରିବାକୁ ସମୟ ମିଳିନଥାଏ। କିନ୍ତୁ ଏବେ ନୂତନ ଜ୍ଞାନକୌଶଳର ବ୍ୟବହାର ଅନେକ କାମକୁ ସହଜ କରିପାରୁଛି। ତେଣୁ ହାପି ବେବି ପ୍ରୋଗ୍ରାମ ଭଳି ଜ୍ଞାନକୌଶଳନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି”, କହିଛନ୍ତି ଡାକ୍ତର ରିମଲ।

ବାରାଣାସୀର ୬ଟି ବସ୍ତିରେ ଜନ୍ସ ହୋପକିନ୍ସ ବିଶ୍ଵଦ୍ୟାଳୟ, ଜର୍ଜ ଓ୍ଵାସିଂଟନ ବିଶ୍ଵବିଦ୍ୟାଳୟ ଏବଂ ଲୋୟଲା ବିଶ୍ଵବିଦ୍ୟାଳୟ ମେରିଲ୍ୟାଣ୍ଡ, ସାର୍ଥକ, ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଡିସିଓଆର ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା।

Tags: #HappyBabyProgramme #Vaccine #WhatsApp #AIChatbot

Comment