ଓଡ଼ିଶାଲାଇଭ୍ ବ୍ୟୁରୋ

ହ୍ଵାଟ୍ସଆପ ନିଜ ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଅପଡେଟ ଆଣିବ। ହ୍ଵାଟ୍ସଆପ ଏହାର ଡେସ୍କଟପ ଆପରେ ପ୍ରଥମଥର ଲାଗି ଏକ ‘କଲ୍‌ ଟ୍ୟାବ’ ସୁବିଧା ଆରମ୍ଭ କରିବାକୁ ଯାଉଛି। କଲ୍ ଟ୍ୟାବ ଦ୍ଵାରା ଡେସ୍କଟପରେ ହ୍ଵାଟ୍ସଆପ ଉପଭୋକ୍ତା କଲ୍‌ ହିଷ୍ଟ୍ରି ପାଇପାରିବେ ଏବଂ ସିଧାସଳଖ ହ୍ଵାଟ୍ସଆପ କଲ୍‌ କରିବାର ବିକଳ୍ପ ପାଇପାରିବେ। ହ୍ଵାଟ୍ସଆପର ପ୍ୟାରେଣ୍ଟ କମ୍ପାନି ମେଟା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏବେ ଏହି ସୁବିଧା ହ୍ଵାଟ୍ସଆପର କିଛି ବିଟା ଭର୍ସନରେ ଟେଷ୍ଟ ହେଉଥିବା ବେଳେ ଖୁବଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।  କିଛିଦିନ ପରେ ୟୁଜରମାନେ ସଫ୍ଟୱେର ଅପଡେଟ କରି ଏହି ସୁବିଧା ପାଇପାରିବେ

କିଛିଦିନ ପୂର୍ବରୁ ହ୍ଵାଟ୍ସଆପ ଆଉକିଛି  ଅପଡେଟ ଆଣିଥିଲା। ସେଥିରେ ଗ୍ରୁପରେ ଏକସାଙ୍ଗେ ୧୦୨୪ ମେମ୍ବର ଯୋଡି ପାରିବା, ଜଣେ ଏକ ସଙ୍ଗେ ୩୨ ଜଣଙ୍କ ସହ ଭିଡିଓକଲ କରିପାରିବା ଏବଂ ଗ୍ରୁପରେ କଥାହେବାବେଳେ ପୋଲ୍ ରଖାଯାଇପାରିବା ଭଳି ସୁବିଧା ଥିଲା।

ହ୍ଵାଟ୍ସଆପରେ କଲ ସୁବିଧା ଗୁଗଲ ମିଟ ଓ ଜୁମ ଆପ ଭଳି ହେବ ବୋଲି ଚଳିତବର୍ଷ ସେପ୍ଟେମ୍ବର ମାସରେ ମେଟା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ।

Tags: #WhatsApp #NewFeature #Desktop #CallTab #VideoCall #Meta

 

Comment