ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୬ ମସିହାରେ ଲଞ୍ଚ ହୋଇଥିବା ମାଇକ୍ରୋ ବ୍ଲଗିଂ ୱେବସାଇଟ୍‌ ‘ଟୁଇଟର’ ପ୍ରଥମ ଥର ପାଇଁ ଡେସ୍କଟପ୍‌ ଭର୍ସନର ଲୁକ୍‌ ବଦଳାଇଛି। କମ୍ପାନି ଡେସ୍କଟପ୍‌ ଭର୍ସନର ଇଣ୍ଟରଫେସ୍‌ ବଦଳାଇ ମୋବାଇଲ୍‌ ଆପ୍‌ ଭଳି ଏକ ନୂଆ ଇଣ୍ଟରଫେସ୍‌ ଅପଗ୍ରେଡ କରିଛି। ନୂଆ ଇଣ୍ଟରଫେସ୍‌ ଅପ୍‌ଡେଟ୍‌ ସହିତ କମ୍ପାନି ଏଥିରେ କିଛି ନୂଆ ଫିଚର ମଧ୍ୟ ଦେଇଛି।

ଟୁଇଟର୍‌ର ନୂଆ ଡେସ୍କଟପ୍‌ ଭର୍ସନରେ ନେଭିଗେସନ୍‌ ବାର୍‌ ବାମ ପାଖରେ ରହିଛି। ସେହିପରି ବୁକ୍‌ମାର୍କ, ଲିଷ୍ଟ, ପ୍ରୋଫାଇଲ୍‌ ପାଇଁ ଅଲଗା ଅଲଗା ମେନୁ ରହିଛି। ଏହି ନୂଆ ଅପ୍‌ଡେଟ୍‌ରେ ୟୁଜର୍ସ ଟ୍ରେଣ୍ଡିସ୍‌ ଓ ଲାଇଭ୍ ଭିଡିଓକୁ ଅତି ସହଜରେ ଦେଖିପାରିବେ। ଏଥିସହିତ ଡାଇରେକ୍ଟ ମେସେଜ୍‌ ସମୟରେ ଆହୁରି ଅଧିକ ଶବ୍ଦ ବ୍ୟବହାର କରିହେବ।

ଯଦି ଆପଣ ଏକାଧିକ ଟୁଇଟର ଆକାଉଣ୍ଟ ବ୍ୟବହାର କରନ୍ତି, ତେବେ ନୂଆ ଅପଡେଟ୍‌ ଜରିଆରେ ଆପଣଙ୍କୁ ଫାଇଦା ହେବ। ବର୍ତ୍ତମାନ ଅପଣ ଅତି ସହଜରେ ଗୋଟଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ସୁଇଚ୍‌ କରିପାରିବେ। ଆପଣଙ୍କୁ ଆଉ ବାର ବାର ଲଗ୍‌ଇନ୍‌ କରିବାରୁ ପଡ଼ିବ ନାହିଁ।

ଏହି ନୂଆ ଇଣ୍ଟରଫେସ୍‌ରେ କମ୍ପାନି ଟୁଇଟ୍‌କୁ ଏଡିଟ୍‌ କରିବା ଅପ୍‌ସନ ବନ୍ଦ କରିଦେଇଛି। ଏଥିସହିତ ଟୁଇଟ୍‌ କରିବାଣ ସୀମା ୧୪୦ କ୍ୟାରେକ୍ଟର (ଅକ୍ଷର)କୁ ବଢ଼ାଇ ୨୮୦ କରିଦେଇଛି।

Comment