ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବଧାନ! ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଧରିବ ମୋବାଇଲ ଆପ୍‌। ଏଭଳି ଏକ ଆପ୍‌କୁ ଲଞ୍ଚ କରିଛି ପରିବହନ ବିଭାଗ। ୩୧ତମ ସଡ଼କ ସୁରକ୍ଷା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପରିବହନ ବିଭାଗ ‘ସିଟିଜେନ ରିପୋର୍ଟିଂ’ ନାମକ ଏକ ମୋବାଇଲ ଆପ୍‌କୁ ଲଞ୍ଚ କରିଛି। ଏହାସହ ଇ-ଚେକ୍‌ଗେଟ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଯଦି କୌଣସି ଲୋକ ଟ୍ରାଫିକ୍‌ ନିୟମକୁ ଉଲ୍ଲଘଂନ କରନ୍ତି, ଆପଣ ଉକ୍ତ ବ୍ୟକ୍ତିର ଗାଡ଼ିର ଫଟୋ ‘ସିଟିଜେନ ରିପୋର୍ଟିଂ’ ଆପ୍‌ରେ ପଠାଇ ପାରିବେ। ଏହାଦ୍ଵାରା ଉଲ୍ଲଘଂନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ରାମେଶ୍ଵରରରୁ ଚଣ୍ଡିଖୋଲ ଯାଏଁ ଇଣ୍ଟେଲିଜେନ୍ସ ଟ୍ରାଫିକ ସିଷ୍ଟମ କରାଯିବ।

ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନୂଆ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ଫେବ୍ରୁଆରି ୧ ତାରିଖରେ ଗାଡ଼ି ପଛରେ ବସୁଥିବା ଲୋକ ମଧ୍ୟ ହେଲମେଟ ପିନ୍ଧିବେ ବୋଲି ପରିବହନ ବିଭାଗ ନିଷ୍ପତ୍ତି ନେଇଛି।

ସେହିପରି ମାର୍ଚ୍ଚ ପହିଲାରୁ ନୂଆ ଟ୍ରାଫିକ ନିୟମ ଲାଗୁ କରାଯିବ। ଏହା ଦ୍ଵାରା ସାରା ରାଜ୍ୟରେ ଟ୍ରାଫିକ ଧରପଗଡ଼ ଆରମ୍ଭ ହେବ। ନିୟମ ଉଲ୍ଲଘଂନ କରୁଥିବା ଚାଳକଙ୍କ ପ୍ରତି କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment