ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଟ୍ରାଫିକ ନିୟମକୁ ବିରୋଧ ବିରୋଧ କରିଛି କଂଗ୍ରେସ। ଗାଡ଼ି ଚେକିଂ ବାହାନାରେ ଲୋକଙ୍କୁ ହାଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ତେବେ କଂଗ୍ରେସର ଏଭଳି ବିରୋଧର ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଟ୍ରାଫିକ ନିୟମକୁ ବିରୋଧ କରି ସୁର ରାଉତରାୟ କହିଛନ୍ତି, “ଆରଟିଓ କର୍ମଚାରୀ ଓ ପୋଲିସ ଜନସାଧାରଣଙ୍କୁ ହଇରାଣ କରୁଛନ୍ତି। ଆରଟିଓ ଅଫିସରେ କର୍ମଚାରୀ ନାହାନ୍ତି, ହେଲେ ନିୟମ ଉଲ୍ଲଘଂନ କଲେ ଜରିମାନା ଆଦାୟ କରାଯାଉଛି। ଏହାସହ ଚେକିଂ ବେଳେ ଲୋକଙ୍କୁ ଖରାପ ବ୍ୟବହାର ମଧ୍ୟ କରାଯାଉଛି। ପାର୍କିଂ ବ୍ୟବସ୍ଥା ନକରି ଫାଇନ ଆଦାୟ କରିବା ଅତ୍ୟାଚାର।”

ଏହି ବିରୋଧର ଜବାବ ଦେଇ ମନ୍ତ୍ରୀ କହିଛନ୍ତି, “କାହାକୁ ଖରାପ ବ୍ୟବହାର କରିବା ଆମର ଲକ୍ଷ୍ୟ ନୁହେଁ। ଲୋକଙ୍କ ଧନ ଜୀବନକୁ ସୁରକ୍ଷା ପ୍ରଦାନ କରିବା ଆମ ଲକ୍ଷ୍ୟ। ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ସେପ୍ଟେମ୍ଵର ମାସରୁ ଦୁର୍ଘଟଣାର ହାର ୫୦ ପ୍ରତିଶତ କମିଛି। କର୍ମଚାରୀମାନଙ୍କୁ ଲୋକଙ୍କ ସହ ଭଦ୍ର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।”

ମାର୍ଚ୍ଚ ୧ ତାରିଖରୁ ୬ ମାସର ଟ୍ରାଫିକ ନିୟମର ଅବଧି ସରିବା ପରେ ପୁଣି କଡ଼ା ଯାଞ୍ଚ ଆରମ୍ଭ ହୋଇଛି। ଆଜି ଦ୍ଵିତୀୟ ଦିନରେ ମଧ୍ୟ ଜୋରଦାର ଚେକିଂ ହେଉଛି। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧ ଆଦାୟ ହେଉଛି ମୋଟା ଅଙ୍କର ଫାଇନ। କିଛି ସ୍ଥାନରେ ଏହି ନିୟମ ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖାଯାଇଛି।

Comment