ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ଆରମ୍ଭ ହୋଇଯାଇଛି ଟ୍ରାଫିକ ଧରପଗଡ଼। ମୋଟର ଯାନ ଆଇନ ଉଲ୍ଲଘଂନକାରୀଙ୍କଠାରୁ ଆଦାୟ ହୋଇଛି ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା। ଗତ ୨୪ ଘଣ୍ଟା ମଧ୍ୟରେ ୧ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାସହ ମଦୁଆ ଡ୍ରାଇଭରଙ୍କ ବିରୋଧରେ ସିଧାସଳଖ ମାମଲା ରୁଜୁ କରୁଛି ପୋଲିସ।

ବାଇକରେ ୩ ଜଣ ବସିବା କାରଣରୁ ୧୨୬, ମୋବାଇଲରେ କଥା ହୋଇ ୪୮, ବିପରୀତ ଦିଗରେ ଡ୍ରାଇଭ କରି ୧୦, ବିନା ହେଲମେଟରେ ଗାଡ଼ି ଚଲାଇ ୧ ହଜାର ୮୩୧, ମଦ ପିଇ ଗାଡ଼ି ଚଲାଇବାରୁ ୨୪, ବିନା ସିଟ୍‌ ବେଲ୍ଟରେ ୩୪୯ ଓ ଦ୍ରୁତ ଗାଡ଼ି ଚଲାଇ ୨୭୭ ଜଣ ଫାଇନ ଦେଇଛନ୍ତି।

ଆର୍‌ଟିଓ ୧ ହଜାର ୭୫୮ ଖିଲାପକାରୀଙ୍କଠାରୁ ୮୮ ଲକ୍ଷର ଜରିମାନା ଆଦାୟ କରିଥିବା ବେଳେ ପୋଲିସ ୨ ହଜାର ୧୧୨ ଜଣ ଖିଲାପକାରୀଙ୍କଠାରୁ ୧୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି।

୬ ମାସର ଅବଧି ଶେଷ ହେବା ପରେ ମାର୍ଚ୍ଚ ୧ ତାରିଖଠାରୁ ପୁଣି ଟ୍ରାଫିକ ମିୟମ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଦାୟ ହେଉଛି ମୋଟା ଅଙ୍କର ଫାଇନ। ଏହି ନିୟମ ଯୋଗୁଁ କିଛି ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି।

Comment