ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ବିଜେବି ନଗରରେ ଛାତ ଉପରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁର ଘଟଣାରେ ନୂଆ ମୋଡ। ଛାତରୁ ଖସିବା ପୂର୍ବରୁ ଛାତ୍ରୀଜଣକ କୀଟନାଶକ ଖାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଡାକ୍ତର କହିଛନ୍ତି।

ଫେବ୍ରୁଆରି ୧୬ ତାରିଖରେ ବିଜେବି ନଗରର ଏକ ଆପାର୍ଟମେଣ୍ଟ ଛାତ ଉପରୁ ଖସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହୋଇଥିଲା। ଛାତ୍ରୀ ଜଣକ ହେଉଛନ୍ତି କୃତିକା ମିଶ୍ର। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଏହି ସନ୍ଦେହକୁ ବଢ଼ାଇ ଦେଇଥିଲା।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, ‘ବାଏ ବାଏ ପିପୁଲ’। ଯେଉଁଥିରୁ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ସେ ଆଗରୁ ନିଷ୍ପତ୍ତି ନେଇ ସାରିଥିଲେ ଆତ୍ମହତ୍ୟା କରିବାକୁ। ଯଦି ସେ ଆତ୍ମହତ୍ୟା କରିଥାନ୍ତି, ତାହେଲେ କ’ଣ କାରଣ ରହିଛି ତାଙ୍କ ଆତ୍ମହତ୍ୟା ପଛରେ? ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସତ ଘଟଣା ସାମ୍ନା ଆସିବ।

କୃତିକା ମିଶ୍ର ହେଉଛନ୍ତି ଗିତାଞ୍ଜଳି ଆପାର୍ଟମେଣ୍ଟର କୃଷ୍ଣମୋହନ ମିଶ୍ରଙ୍କ ଝିଅ। ସେ ବିଜେଇଏମ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ସେ ରବିବାର ଅପରାହ୍‌ଣ ୩ଟା ବେଳେ ଛାତ ଉପରକୁ ଯାଇଥିଲେ। ପରେ ସେଠାରୁ ସନ୍ଦେହ ଜନକ ଭାବେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here