ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ପାଇଁ ଅଶୁଭ ହୋଇଛି ୨୦୨୦। ଗତ ଦୁଇ ମାସ ମଧ୍ୟ ୩ ଆଗଧାଡ଼ିର ଅଭିନେତାଙ୍କୁ ହରାଇଛି ବଲିଉଡ୍‌। ପ୍ରଥମେ ଇର୍ଫାନ ଖାନ୍, ଋଷି କପୁର ଆଉ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସାରା ବଲିଉଡ୍‌ ଜଗତକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏଭଳି ଅଭିନେତାମାନଙ୍କୁ ହରାଇ ବଲିଉଡ୍‌ କଳାକାରମାନେ ଭାଙ୍ଗି ପଡ଼ିଛନ୍ତି।

ଇର୍ଫାନ ଖାନ

ଏପ୍ରିଲ ୨୯ ତାରିଖରେ ଇର୍ଫାନ ଖାନଙ୍କ ମୃତ୍ୟୁ ହୋଇଥିଲା। ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ବଲିଉଡ୍‌ ସହ ଅନେକ ହଲିଉଡ୍‌ ଫିଲ୍ମ ମଧ୍ୟ କରିଛନ୍ତି।

ଋଷି କପୁର

ଋଷି କପୁର ନବେ ଦଶକର ଜଣେ ଦମଦାର ଅଭିନେତା ଥିଲେ। ଏପ୍ରିଲ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

ସୁଶାନ୍ତ ସିଂହ ରାଜପୁତ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଛି। ସେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ସେ ସିରିଏଲ ଦୁନିଆରୁ ବଲିଉଡ୍‌ରେ ପ୍ରବେଶ କରିଥିଲେ। ପବିତ୍ର ରିସ୍ତା ସରିଏଲରୁ ସେ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ପରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏମ୍‌ଏସ୍‌ ଧୋନୀ, କାଇପୋଚେ, ଛପାକ, ପିକେ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ।

Comment