ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆତ୍ମରକ୍ଷାର କୌଶଳ ଶିଖିବେ ଛାତ୍ରୀମାନେ। ରାଜ୍ୟର ସମସ୍ତ ଯୁକ୍ତ ୩ ଜଲେଜରେ ଛାତ୍ରୀମାନଙ୍କ ଲାଗି ଖୋଲିବ ଆତ୍ମରକ୍ଷା କ୍ଲବ। ଏ ନେଇ ସବୁ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଆତ୍ମରକ୍ଷା କ୍ଲବ ପାଇଁ ୨୦୦ଟି କଲେଜ ଚିହ୍ନଟ ହୋଇଛି। ଏହି କ୍ଲବ ମାଧ୍ୟରେ ଛାତ୍ରୀମାନଙ୍କର ଆତ୍ମରକ୍ଷା ଲାଗି ବିଭିନ୍ନ କୌଶଳ ଶିଖାଯିବ। ଏହି କୌଶଳ ଛାତ୍ରୀମାନଙ୍କୁ ନିଜର ସୁରକ୍ଷା କରିବା ପାଇଁ ସହାୟକ ହୋଇପାରିବ।

ଆତ୍ମରକ୍ଷା କ୍ଲବ ପାଇଁ ଚିହ୍ନଟ ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ୪୩ଟି ସରକାରୀ କଲେଜ ଏବଂ ୧୫୨ଟି ଏଡେଡ କଲେଜ ରହିଛି। ସେଲ୍‌ଫ ଡିଫେନ୍ସ କ୍ଲବ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Tags: #Education #GirlStudent #SelfDefenceClub #Odisha #SelfDefence

Comment