ଓଡ଼ିଶାଲାଇଭ୍ ବ୍ୟୁରୋ

ଲଦାଖରେ କୋଡ଼ିଏ ଜଣ ଯବାନଙ୍କ ହତ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବିଗିଡ଼ିବା ପରେ ଚୀନ୍ ଜିନିଷ ପତ୍ର କିଣା ବିରୋଧରେ ଦେଶରେ ସ୍ୱର ଉଠିଛି। ତେବେ ଚୀନ କମ୍ପାନିମାନଙ୍କ ଉପରେ ଭାରତର ନିର୍ଭରଶୀଳତା କେତେ ତାହା ଏଥିରୁ ଅନୁମାନ କରାଯାଇ ପାରିବ।

ସାଓମୀ ମୋବାଇଲ

ଚୀନ୍ ମୋବାଇଲ ନିର୍ମାତା କମ୍ପାନୀ ସାଓମୀ ହେଉଛି ଭାରତର ଏକ ନମ୍ବର ମୋବାଇଲ କମ୍ପାନି।ଏହି ବ୍ରାଣ୍ଡ ଦେଶରେ ଏତେ ଲୋକପ୍ରିୟ ଯେ ମୋବାଇଲ ବଜାରରେ ସାଓମୀର ଭାଗ ୨୫ରୁ ୩୦ ପ୍ରତିଶତ। ୨୦୧୯ ମସିହାରେ ସାଓମିର ମୋବାଇଲ ଗ୍ରାହକ ୨୬ ପ୍ରତିଶତ ଥିଲେ।

ଟିକଟକ ଓ ହେଲୋ

ଆଜିକାଲି ଟିକଟକ ଓ ହେଲୋକୁ ଅବା କିଏ ନଜାଣେ? ପ୍ରତିଟି ଯୁବକ ପାଇଁ ଏହି ଦୁଇଟିର ଆକର୍ଷଣ ପ୍ରବଳ। ଅନେକ ଯୁବକ ଯୁବତୀ ତ ଟିକଟିକରୁ ଷ୍ଟାର୍ ହୋଇଛନ୍ତି। ଚୀନ କଂପାନୀ whitedanceର ଏହି ଆପକୁ ଭାରତରେ ପ୍ରାୟ ୧୨ କୋଟି ଲୋକ ବ୍ୟବହାର କରନ୍ତି। ସେହିପରି ଭାରତରେ ଆଜିକାଲି ଆଉ ଏକ ଆପ୍ ହେଲୋ ଅତି ଲୋକପ୍ରିୟ ହୋଇଛି। ହେଲୋ ମଧ୍ୟ ସେଇ whitedance କମ୍ପାନୀର ଏକ ପ୍ରୋଜେକ୍ଟ୍।ଏବେ ଏହି ଆପର ମାସିକ ସକ୍ରିୟ ଗ୍ରାହକ ପ୍ରାୟ ୫ କୋଟି। ହେଲୋ ଭାରତର ଦେଶୀ ଆପ୍ ସେୟାରଚାଟକୁ ପାଣି ପିଆଇ ସାରିଲାଣି।

ଭିଭୋ ମୋବାଇଲ

ଭିଭୋ ମଧ୍ୟ ଏକ ଚୀନ୍ ମୋବାଇଲ ନିର୍ମାତା।ଏହି ମୋବାଇଲ କମ୍ପାନିର ମାର୍କେଟ ସେୟାର ହେଉଛି ପ୍ରାୟ ୨୦ ପ୍ରତିଶତ। ଯଦି ଭିଭୋ, ସାଓମି, ଓପୋ ଏବଂ ରିଏଲମି ମୋବାଇଲକୁ ଏକାଠି କରାଯାଏ ଭାରତୀୟ ବଜାରରେ ଏହି ସବୁ  ଚୀନ ମୋବାଇଲ ନିର୍ମାତା ପ୍ରାୟ ୬୭ ପ୍ରତିଶତ ବଜାରକୁ କବଜା କରି ରଖିଛନ୍ତି। କେବଳ ସାମସଙ୍ଗ ହିଁ କହିବାକୁ ଗଲେ ଚୀନ ମୋବାଇଲ କଂପାନୀ ମାନଙ୍କୁ ଟକର୍ ଦେଇପାରିଚି।ୟୁସି ବ୍ରାଉଜର

ଚୀନକୁ ଛାଡ଼ିଦେଲେ ବାହାର ଦେଶରେ ଯେତେ ଲୋକ ଏହି ବ୍ରାଉଜରକୁ ଡାଉନ୍ ଲୋଡ କରିଛନ୍ତି ସେମାନଙ୍କ ମଧ୍ୟରୁ ଭାରତରେ ହିଁ ସର୍ବାଧିକ ଲୋକ ଅଛନ୍ତି। ଅନୁମାନ କରାଯାଏ ପ୍ରାୟ ୫୦ କୋଟି ଭାରତୀୟ ୟୁସି ବ୍ରାଉଜର ବ୍ୟବହାର କରନ୍ତି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବର୍ତ୍ତମାନ ଭାରତର ସ୍ମାର୍ଟ୍ ଫୋନ୍ ୟୁଜରଙ୍କ ସଂଖ୍ୟା ପ୍ରାୟ ୫୫ କୋଟି। ଅର୍ଥାତ,ଏପରି ଖୁବ୍ କମ୍ ମୋବାଇଲ ଅଛି ଯେଉଁଥିରେ ୟୁସି ବ୍ରାଉଜର ବ୍ୟବହାର ହେଉନାହିଁ।

ପବଜି

ଏହି ଆପଟି ଆଜି କି ପିଲା କି ଯୁବକ ସମସ୍ତଙ୍କୁ ଘାରିଛି। ଅବସ୍ଥା ଏମିତି ହୋଇଛି ଯେ ଭାରତରେ ହିଁ ପବଜିର ସବୁଠାରୁ ବଡ଼ ବଜାର ରହିଛି। ଦୁନିଆରେ ଏହି ଆପର ୫୬ କୋଟି ଗ୍ରାହକ ଥିବା ବେଳେ ପ୍ରାୟ ୧୨ କୋଟି ଗ୍ରାହକ କେବଳ ଭାରତରେ।

କହିବାର କଥା ହେଲା ଯଦି ଏହି ସବୁ ଚୀନ କମ୍ପାନିମାନଙ୍କୁ ଭାରତରୁ ବାହାର କରି ଦିଆଯାଏ, ମୋବାଇଲ କ୍ଷେତ୍ରରେ ସବୁ କିଛି ବନ୍ଦ ହୋଇଯିବ।

Comment