ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ଜାଣନ୍ତୁ, ଜିଣନ୍ତୁ। କରୋନା ସମ୍ପର୍କିତ ଖବର ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’, ‘ସ୍ୱାସ୍ଥ୍ୟ ପ୍ଲସ୍‌’ର ମିଳିତ ଆରମ୍ଭ ହୋଇଥିବା କ୍ୟାମ୍ପେନ ‘କରୋନାକୁ ଡରନା’ରେ ସାମିଲ ହୁଅନ୍ତୁ।

କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ଇତିମଧ୍ୟରେ ଭାରତରେ ଦୁଇ ଜଣଙ୍କର ଜୀବନ ନେଇଛି। ଏଣୁ କରୋନା ଭାଇରସ୍‌ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାର ଦୁଇ ପ୍ରମୁଖ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ (www.swasthya.plus) ଏବଂ ‘ଓଡ଼ିଶାଲାଇଭ୍‌’ (www.odisha.live) ର ମିଳିତ ଉଦ୍ୟମରେ ‘କରୋନାକୁ ଡରନା’ ନାଁରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।

‘କରୋନା’ ସମ୍ପର୍କିତ ଟିକିନିଖି ଖବରକୁ ଆମେ ଏହି ଅଭିଯାନରେ ସାମିଲ କରିଛୁ। ଏହାସହ ଭାରତ ଏବଂ ଓଡ଼ିଶା ସରକାର ନେଉଥିବା ବିଭିନ୍ନ ସଚେତନତାମୂଳକ ପଦକ୍ଷେପ, ବିଶେଷଜ୍ଞମାନେ ଦେଉଥିବା ପରାମର୍ଶ ସମ୍ପର୍କିତ ଖବର ମଧ୍ୟ ଏଥିରେ ସାମିଲ କରାଯାଇଛି।

ଏହିସବୁ ଖବର ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛିା ଏହାସହ ‘ଓଡ଼ିଶାଲାଇଭ୍‌’ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ସୋସିଆଲ ଚ୍ୟାନେଲ ଫେସ୍‌ବୁକ୍‌, ହେଲୋ, ଇନଷ୍ଟାଗ୍ରାମ, ହ୍ୱାଟ୍‌ସ୍‌ଆପ୍‌, ୟୁଟ୍ୟୁବ୍‌ ଚ୍ୟାନେଲରେ ଉପଲବ୍ଧ ରହିଛି। ମୋବାଇଲ୍‌ ଅପ୍‌ଲିକେସନ୍‌ ପ୍ଲାଟଫର୍ମ ଡେଲିହଣ୍ଟ, ଜିଓ ନ୍ୟୁଜ୍‌, ଗୁଗଲ ନ୍ୟୁଜରେ ମଧ୍ୟ କରୋନା ସମ୍ପର୍କିତ ଖବର ଉପଲବ୍ଧ ରହିଛି।

ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ। ଆସନ୍ତା ରବିବାର ମାତ୍ର ୧ ଘଣ୍ଟା ସମୟ କରୋନାକୁ ଦିଅନ୍ତୁ। କରୋନା ସମ୍ପର୍କିତ ଟିକିନିଖି ଖବର ଏବଂ ବିଶେଷଜ୍ଞମାନଙ୍କ ସାକ୍ଷାତକାର ଉଭୟ ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୱେବ୍‌ସାଇଟ୍‌ ଏବଂ ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରତି ଘଣ୍ଟାଏରେ ପୋଷ୍ଟ କରାଯିବ। ଏଥିରେ ସାମିଲ ହୋଇ କରୋନାଠାରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁା କାରଣ, କରୋନାର କୌଣସି ଚିକିତ୍ସା ନାହିଁ। ସଚେତନତା ହିଁ ଏକମାତ୍ର ଔଷଧ!

Comment