ଓଡ଼ିଶାଲାଇଭ ବ୍ୟୁରୋ

ନୋଟ ଚିହ୍ନିବା ଲାଗି ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏକ ନୂଆ ମୋବାଇଲ ଆପ୍ଲିକେସନ ଶୀଘ୍ର ଆଣିବାକୁ ଯାଉଛନ୍ତି। ଏହା ଦ୍ଵାରା ଦୃଷ୍ଟିବାଧିତ ଲୋକମାନେ ଲାଭବାନ ହୋଇପାରିବେ।

ଏହି ବର୍ଗର ଲୋକଙ୍କ ସୁବିଧା ଲାଗି ୧୦୦ଟଙ୍କାରୁ ଅଧିକ ମୂଲ୍ୟର ନୋଟରେ ଇଣ୍ଟାଗ୍ଲିଓ ପ୍ରିଣ୍ଟ ଭିତ୍ତିକ ମାର୍କ ରହିଛି। ବିମୁଦ୍ରୀକରଣ ପରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଗଲା ପରେ ନୂଆ ନୋଟ ଆସିଥିଲା। ଏହାପରେ ଦୃଷ୍ଟିହୀନ ଲୋକଙ୍କ ବିଭିନ୍ନ ନୋଟକୁ ଚିହ୍ନିବାକୁ ଅସୁବିଧା ହୋଇଥିଲା। ପରେ ଏହି ଅସୁବିଧାକୁ ଦୂର କରିବାକୁ ଏହି ଆପ୍ଲିକେସନ ଆଣିବାକୁ ୨୦୧୮ରେ ଆରବିଆଇ କହିଥିଲା।

ଏହି ମୋବାଇଲ ଆପରେ ମହାତ୍ମା ଗାନ୍ଧି ସିରିଜକୁ ଚିହ୍ନିବାକୁ ସୁବାଧା ହେବ। ଏହା ଦ୍ଵାରା ଦେଶର ୮୦ ଲକ୍ଷ ଦୃଷ୍ଟିବାଧିତ ଲୋକ ଲାଭବାନ ହୋଇପାରିବେ।

Comment