ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ନିଜ ପୁରୁଣା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖି ଭୁଲିଯାଇଛନ୍ତି କି? ଏବେ ଆପଣ କିମ୍ବା ଆପଣଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ସେହି ଟଙ୍କା ସୁବିଧାରେ ମିଳିପାରିବ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ।

କୌଣସି ବ୍ୟାଙ୍କ ଆକାଉଣ୍ଟ ୧୦ ବର୍ଷ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିଲେ, ସେଥିରେ ପଡ଼ିରହିଥିବା ଦାବିହୀନ ଜମା ରାଶି ଆରବିଆଇର ଡିଇଏ ପାଣ୍ଠିକୁ ସ୍ଥାନାନ୍ତର କରିଦିଆଯାଇଥାଏ।

ଏହି ଟଙ୍କା ପାଇବା ପାଇଁ ନିଜ ବ୍ୟାଙ୍କ ଶାଖାକୁ ଯାଇ ଆଧାର କାର୍ଡ, ପାସପୋର୍ଟ, ଭୋଟ ପରିଚୟପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟରୁ ଯେକୌଣସି ଆଇଡି ଦେଖାଇ କେୱାଇସି ଫର୍ମ ଦାଖଲ କରିବାକୁ ପଡ଼ିବ। କେୱାଇସି ଯାଞ୍ଚ ପରେ ଆପଣଙ୍କର ପ୍ରାପ୍ୟ ଅର୍ଥରାଶି ସୁଧ ସହ ମିଳିବ।

ସେହିପରି ୨୦୨୫ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଭାରତର ସବୁ ଜିଲ୍ଲାରେ ଆରବିଆଇ ପକ୍ଷରୁ କରାଯାଉଥିବା ସ୍ୱତନ୍ତ୍ର ଦାବିହୀନ ପରିସମ୍ପତ୍ତି ଶିବିରରେ ଆକାଉଣ୍ଟରେ ଜମା ନିଜର ପ୍ରାପ୍ୟ ଅର୍ଥରାଶିକୁ ଦାବି କରିପାରିବେ। ଆରବିଆଇର ଉଦଗମ ପୋର୍ଟାଲରେ ଏନେଇ ଅଧିକ ସୂଚନା ଉପଲବ୍ଧ ରହିଛି।

Tags: #RBI #UnclaimedMoney #BankAccount

Comment