ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜନ ଘଟିଥିଲା। ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସହ ଅନେକ ସମୟରେ ଯୁଦ୍ଧ ହୋଇଛି। ତେବେ ପାକିସ୍ତାନ ପାଇଁ ଦିନେ ଭାରତୀୟ ରିଜର୍ଭ ବ୍ୟାଙ୍କ ଛାପୁଥିଲା ନୋଟ୍।
ବ୍ରିଟିଶ ଶାସନର ଅବସାନ ପରେ ୧୯୪୭ ଅଗଷ୍ଟରେ ପାକିସ୍ତାନ ଏକ ନୂଆ ଦେଶ ଭାବେ ଗଠିତ ହେଲା। ଏହି ସମୟରେ ପାକିସ୍ତାନର କୌଣସି କେନ୍ଦ୍ରୀୟ ବ୍ୟାଙ୍କ କିମ୍ବା ମୁଦ୍ରା ଛାପିବାର ବ୍ୟବସ୍ଥା ନଥିଲା। ଏପରି ପରିସ୍ଥିତିରେ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା।
‘ପାକିସ୍ତାନ (ମନିଟାରୀ ସିଷ୍ଟମ ଆଣ୍ଡ ରିଜର୍ଭ ବ୍ୟାଙ୍କ) ଅର୍ଡର, ୧୯୪୭’ ଅନୁଯାୟୀ, ଆରବିଆଇ ୧୯୪୮ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଭାବେ କାର୍ଯ୍ୟ କରିଥିଲା। ଏହି ସମୟରେ ପାକିସ୍ତାନ ପାଇଁ ଆରବିଆଇ ନୋଟ୍ ଛାପିଥିଲା। ଏହାପରେ ପାକିସ୍ତାନ ନିଜର ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ପ୍ରତିଷ୍ଠା କରିଥିଲା।
Tags: #RBI #PrintedNotes #PakistanCurrency #India