ଓଡ଼ିଶାଲାଇଭ୍ ବ୍ୟୁରୋ

whatsapp-1

ଏବେ ଆମେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ କିମ୍ବା କମ୍ପ୍ୟୁଟରରେ ଲଗଇନ୍ କରି ବ୍ୟବହାର କରିପାରୁଛୁ। ଆଗକୁ ହ୍ଵାଟ୍ସଆପକୁ ଏକା ସାଙ୍ଗେ ୪ଟି ଅତିରିକ୍ତ ସ୍ମାର୍ଟଫୋନରେ ବ୍ୟବହାର କରିହେବ। ଖୁବଶୀଘ୍ର ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏନେଇ ହ୍ଵାଟ୍ସଆପର ମୁଖ୍ୟ କମ୍ପାନି ‘ମେଟା’ ପକ୍ଷରୁ ସୂଚନା ଦିଆଯାଇଛି।

ହ୍ଵାଟ୍ସଆପ୍ ବ୍ୟବହାରକାରୀ ତାଙ୍କର ହ୍ଵାଟ୍ସଆପ୍ ଆକାଉଣ୍ଟ ସହିତ ୪ଟି ଅତିରିକ୍ତ ସ୍ମାର୍ଟଫୋନକୁ ସଂଯୋଗ କରିପାରିବେ। ଏଥିପାଇଁ ସେମାନଙ୍କୁ ଫୋନ ଅନୁମତି ଦେବାକୁ ପଡ଼ିବ। ଏହି ପ୍ରକ୍ରିୟା ହ୍ଵାଟ୍ସଆପ୍ ୱେବ ଲଗ ଇନ ଭଳି ହେବ। ବ୍ୟବହାରକାରୀ କ୍ୟୁଆର୍‌ କୋଡ୍‌ ସ୍କାନ କରି ଏହି ସୁବିଧା ପାଇପାରିବେ।

ଯଦି ହ୍ଵାଟ୍ସଆପ୍ ଇନଷ୍ଟଲ ହୋଇଥିବା ମୂଳ ଫୋନଟି ହଜିଯାଏ ତେବେ ଏହି ନୂଆ ସୁବିଧା ଦ୍ଵାରା ଅନ୍ୟ ଫୋନରେ ହ୍ଵାଟ୍ସଆପ୍ ଡାଟା ସୁରକ୍ଷିତ ରହିବ। ବ୍ୟବହାରକାରୀମାନେ ସେଠାରୁ ଡାଟା ପାଇପାରିବେ।

ହ୍ଵାଟ୍ସଆପର ଏହି ନୂଆ ସୁବିଧାରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷା ଏବଂ ଗୋପନୀୟତାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ସୁବିଧା ପାଇଁ ଅନେକ ବ୍ୟବହାରକାରୀ ପୂର୍ବରୁ ମେଟା କମ୍ପାନିକୁ ପରାମର୍ଶ ଦେଇଥିଲେ। ହ୍ଵାଟ୍ସଆପର ଏହି ଫିଚର ଏବେ ବିଟା ଟେଷ୍ଟିଂ ଫେଜରେ ଥିବାବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

ହ୍ଵାଟ୍ସଆପ ନୂଆ ନୂଆ ଫିଚର ଜରିଆରେ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। ଏଥିପାଇଁ ଏହା ଆଜି ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ ପାଲଟିଛି।

tags: #WhatsApp #NewFeature #MultipleConnection #Technology #Meta

Comment