ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମେଟା କମ୍ପାନି ହ୍ଵାଟ୍ସଆପରେ ଆଣିଛି ୩ଟି ନୂତନ ଫିଚର୍ସ। ଏହି ଫିଚରଗୁଡ଼ିକୁ ପରୀକ୍ଷା କରିବା ପରେ ଏବେ ହ୍ଵାଟ୍ସଆପ୍ ଗ୍ରହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି।

ଗୋଟିଏ ଗ୍ରୁପରେ ରହିପାରିବେ ୧,୦୨୪ ମେମ୍ବର

ଏବେ ହ୍ଵାଟ୍ସଆପ୍ ଗ୍ରୁପରେ ଏକ ସାଙ୍ଗରେ ୧,୦୨୪ ମେମ୍ବର ଯୋଡ଼ି ହୋଇପାରିବେ। ପୂର୍ବରୁ ଏହା ୨୫୬ ଥିଲା କିନ୍ତୁ ଗତ ଜୁନ ମାସରେ ଏହାକୁ ୫୧୨ କୁ ବୃଦ୍ଧି କରାଯାଇଥିଲା।

ଏବେ ଏକା ସାଙ୍ଗରେ ୩୨ ଜଣ ଭିଡିଓ କଲ କରିପାରିବେ

ସେପ୍ଟେମ୍ବର ମାସରେ ମେଟା ସିଇଓ ମର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ ହ୍ଵାଟ୍ସଆପ୍‌ରେ ଭିଡିଓ କଲ ଏବେ ଗୁଗଲ ମିଟ୍ ଓ ଜୁମ ଭଳି ହେବ ତାହା ଏବେ କାର୍ଯ୍ୟକାରୀ ହୋଇଛି। ଏବେ ଜଣେ ବ୍ୟକ୍ତି ଏକା ସଙ୍ଗେ ୩୨ ଜଣଙ୍କ ସହ ଭିଡିଓ କଲ କରିପାରିବେ।

ଏବେ ଗ୍ରୁପ୍‌ରେ କଥାହେବାବେଳେ ପୋଲ୍ କରିପାରିବେ

ଏବେ ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ ସଦସ୍ୟମାନେ ଚାଟ୍ କରି କଥା ହେବା ସମୟରେ କୌଣସି ଏକ ବିଷୟରେ ପୋଲ୍ ରଖିପାରିବେ। ଯାହାଦ୍ଵାରା ସଦସ୍ୟମାନଙ୍କ ମତାମତ ନିଆଯାଇପାରିବ।

ହ୍ଵାଟ୍ସଆପ୍‌ ଗ୍ରହକମାନେ ଆପକୁ ଅପଡେଟ୍ କରି ଏହି ସୁବିଧା ପାଇପାରିବେ।

Tags: #WhatsApp #NewFeature #Meta #GroupChat #VideoCall

LEAVE A REPLY

Please enter your comment!
Please enter your name here