ଓଡ଼ିଶାଲାଇଭ୍ ବ୍ୟୁରୋ

ହ୍ଵାଟ୍ସଆପ ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିଛି। ଏହି ଫିଚର ନାଁ ହେଉଛି ହ୍ଵାଟ୍ସଆପ ଷ୍ଟାଟସ୍‌ ଫିଚର୍‌। ଏହି ଫିଚର ଜରିଆରେ ବ୍ୟବହାରୀ ହ୍ଵାଟ୍ସଆପ ଷ୍ଟାଟସ୍‌ରେ ଏଣିକି ଖାଲି ଫଟୋ, ଭିଡିଓ କିମ୍ବା କ୍ୟାପ୍‌ସନ ନୁହେଁ, ବରଂ ଭଏସ ନୋଟ୍‌ ବି ସେୟାର କରିହେବ।

ଏବେ ହ୍ଵାଟ୍ସଆପର ବିଟା ଭର୍ସନରେ ଏହା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର ଜରିଆରେ ବ୍ୟବହାରକାରୀ ହ୍ଵାଟ୍ସଆପ ଷ୍ଟାଟସ୍‌ରେ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅଡିଓ ସେୟାର କରିପାରିବେ। ସେଠାରେ ଆପଣଙ୍କୁ ମାଇକ୍‌ ପରି ଏକ ଆଇକନ ନଜର ଆସିବ। ଯାହାକୁ କ୍ଲିକ୍‌ କରି ୩୦ ସକେଣ୍ଡ ପର୍ଯ୍ୟନ୍ତ ନିଜର ଆଇଡିଆ ସେୟାର କରିହେବ।

ଆଗକୁ ହ୍ଵାଟ୍ସଆପ ନିଜ ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଅପଡେଟ ଆଣିବ। ଏହି ଅପଡେଟ ଜରିଆରେ ଗ୍ରୁପ୍‌ ମେସେଜ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପସନ୍‌ ମିଳିବ। ଏହାଫଳରେ ବ୍ୟବହାରକାରୀଙ୍କୁ ଗ୍ରୁପ୍‌ରୁ ମିଳୁଥିବା ନୋଟିଫିକେସନରୁ ମୁକ୍ତି ମିଳିପାରିବ। ହ୍ଵାଟ୍ସଆପର ଏହି ଫିଚର ଏବେ ଟେଷ୍ଟିଂରେ ଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

ହ୍ଵାଟ୍ସଆପ ନୂଆ ନୂଆ ଫିଚର ଜରିଆରେ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। ଏଥିପାଇଁ ଏହା ଆଜି ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ ପାଲଟିଛି।

tags: #WhatsApp #NewWhatsAppfeature #Voicenotes #status #Technology

Comment