ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ହେବ ବନ୍ଦ ରହିଥିବା ହ୍ଵାଟସ୍ ଆପ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି। ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସ୍ ଆପ୍ ସେବା ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଯାଇଥିଲେ ୟୁଜର୍ସ। ସେବା ବନ୍ଦ ଯୋଗୁଁ ଏହି କିଛି ସମୟ ମଧ୍ୟରେ କୋଟି କୋଟି ବ୍ୟବହାରକାରୀ ଉଭୟ ବ୍ୟକ୍ତିଗତ ଏବଂ ବ୍ୟବସାୟୀକ ସ୍ତରରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

ସମଗ୍ର ଭାରତରେ ଏହି ସେବା ବନ୍ଦ ହୋଇଯାଇଥିଲା। ହ୍ଵାଟସ୍ ଆପ୍ ବ୍ୟବହାରକାରୀ ମେସେଜ ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହେଉନଥିଲେ। ହ୍ଵାଟସ୍ ଆପ୍ ସେବା ପ୍ରଭାବିତ ହେବା ଘଟଣାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ମିମ୍ ମଧ୍ୟ କରାଯାଇଥିଲା। ବ୍ୟବହାରକାରୀଙ୍କ ଅଭିଯୋଗ ପରେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବା ଲାଗି ‘ମେଟା’ ପକ୍ଷରୁ ସୂଚନା ଦିଆଯାଇଥିଲା। ‘ମେଟା’ ସୂଚନା ଦେବାର ପ୍ରାୟ ୩୦ ମିନିଟ ପରେ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି ହ୍ଵାଟସ୍ ଆପ୍ ସେବା।

Tags: #WhatsApp #WhatsAppService #ServerDown #Technology #Meta

LEAVE A REPLY

Please enter your comment!
Please enter your name here