ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ କାରଣରୁ ହ୍ୱାଟ୍ସଆପ୍ ଏବେ ତାର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବାକୁ ଯାଉଛି। ଏହି ନୂଆ ଫିଚରରେ ଜଣେ ୟୁଜର ଏକାସାଙ୍ଗରେ ୮ ଜଣ ଲୋକଙ୍କ ସହ ଗ୍ରୁପ୍ ଭଏସ୍ ଓ ଭିଡିଓ କଲରେ କଥା ହୋଇପାରିବ।

ଲକଡାଉନ୍ କାରଣରୁ ଏବେ ଲୋକମାନେ ଘର ଭିତରେ ସମୟ କାଟୁଛନ୍ତି। ଯେଉଁ କାରଣରୁ ଗତ କିଛିଦିନ ହେଲା ଭିଡିଓ କନଫରେନ୍ସିଂ ଆପଗୁଡ଼ିକ ଲୋକପ୍ରିୟ ହେବାରେ ଲାଗିଛି। ବିଶେଷ କରି ଜୁମ୍, ଗୁଗଲ ମିଟ୍ ଓ ସ୍କାଏ ପି ଭଳି ଆପକୁ ଲୋକମାନେ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଏହାକୁ ନଜରରେ ରଖି ହ୍ୱାଟ୍ସଆପ୍ ପକ୍ଷରୁ ତାର ଫିଚରକୁ ଅପଡେଟ୍ କରିଛି। ପୂର୍ବରୁ କେବଳ ୪ ଜଣ ଲୋକ ହ୍ୱାଟ୍ସଆପରେ ଗ୍ରୁପ୍ ଭଏସ୍ ଓ ଭିଡିଓ କଲ୍ କରିପାରୁଥିଲେ। ଯାହାକୁ ୮ ଜଣକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହ୍ୱାଟ୍ସଆପ୍ ହେଡ୍ ୱିଲ୍ କ୍ୟାଥରାଟ୍ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଏହି ଫିଚର ସମସ୍ତ ଆଣ୍ଡ୍ରୋଏଡ୍ ଓ ଆଇଫୋନରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

Comment