ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ। ଟିକାକରଣ ପାଇଁ ଓଡ଼ିଶାରେ ୧ ଲକ୍ଷ କୋଭିଡ ଟିକା ପହଞ୍ଚିଥିବାବେଳେ ମଙ୍ଗଳବାରଠାରୁ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁଆରି ୧୯ ତାରିଖଠାରୁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଆସନ୍ତା ୧୯ ତାରିଖରୁ ରାଜ୍ୟରେ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ପୂର୍ବଭଳି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯିବ। ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ଏହି ଟିକା ନେଇ ପାରିବେ। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କେବଳ କୋଭିସିଲ୍ଡ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ୪୦ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। କୋଭିଡ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Covid19 #Vaccination #Odisha #Corona #PrecautionDose

LEAVE A REPLY

Please enter your comment!
Please enter your name here