ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ ଏବଂ ଜାପାନ ଭଳି ୫ଟି ଦେଶରେ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆଗୁଆ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବାବେଳେ ସୋମବାର ଦିନ କର୍ଣ୍ଣାଟକ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି।

କୋଭିଡ ମୁକାବିଳା ଲାଗି ଆଗୁଆ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ସରକାର। ସ୍କୁଲ, କଲେଜ, ସିନେମା ହଲ ଏବଂ ଥିଏଟର ଭଳି ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ହୋଟେଲ, ରେସ୍ତୋରାଁ, ପବରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଆଗକୁ କୋଭିଡ ସ୍ଥିତି ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏପଟେ ଆଜି ମଧ୍ୟ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଗକୁ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ପରୀକ୍ଷା ଏବଂ ଯୁକ୍ତ ୨ ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: #Covid19 #CoronaVirus #Mask #Karnatak

Comment