ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଶୁକ୍ରବାର ଦିନ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ଏବେ ଦେଶରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬୭ ହଜାର ୫୫୬ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଭାରତରେ କରୋନାର ଦୈନିକ ସଂକ୍ରମଣର ହାର ୬.୧୭ ପ୍ରତିଶତରେ ପହଞ୍ଚିଛି। ସେହିପରି ଦେଶରେ ଶୁକ୍ରବାର ଦିନ ୧୦ ହଜାର ୭୬୫ ଜଣ କରୋନାରୁ ସୁସ୍ଥ ହୋଇଥିଲେ। ଏବେ ଭାରତରେ କରୋନାର ସୁସ୍ଥତା ହାର ୯୮.୬୬ ପ୍ରତିଶତ ରହିଛି।

ଅନ୍ୟପଟେ ଓଡ଼ିଶାରେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ୫୦୦ ମୁହାଁ ହୋଇଛି। ଶନିବାର ରାଜ୍ୟରେ ୪୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୯୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଛି। ବିଶେଷକରି ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏଥିଲାଗି ଅଧିକ ସତର୍କ ରହିବା ଲାଗି ଏହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Tags: #Covid-19 #CovidInfection #DailyCases #India

Comment