ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ ଭାରତରେ ଲଞ୍ଚ ହୋଇଛି। ଏହି ଭ୍ୟାକ୍ସିନର ନାଁ ରହିଛି ଇନକୋଭାକ (iNCOVACC)। ଭାରତ ବାୟୋଟେକ ଓ୍ଵାସିଂଟନ ୟୁନିଭର୍ସିଟି ସହ ମିଶି ଏହାକୁ ପ୍ରସ୍ତୁତ କରିଛି। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ନାଜାଲ ଭ୍ୟାକ୍ସିନ ଲଞ୍ଚ କରିଛନ୍ତି। ବର୍ତ୍ତମାନ ଏହି ନାଜାଲ ଭ୍ୟାକ୍ସିନ ଘରୋଇ ହସ୍ପିଟାଲଗୁଡ଼ିକରେ ଦିଆଯିବ ବୋଲି ସେ କହିଛନ୍ତି।

ଭାରତ ବାୟୋଟେକ ନାଜାଲ ଭ୍ୟାକ୍ସିନକୁ ଗତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଜାରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ସରକାରଙ୍କ ମଞ୍ଜୁରୀ ମିଳିଥିଲା। ସେବେଠାରୁ କାହାରିକୁ ନାଜାଲ ଭ୍ୟାକ୍ସିନ ଦିଆଯାଇନଥିଲା।

ଇନକୋଭାକ ଲଞ୍ଚ ହେବା ପରେ ଭୋଡି ଭ୍ୟାକ୍ସନରେ ଆଉ ଏକ ଭ୍ୟାକ୍ସିନ ସାମିଲ ହେଲା। ଏହାକୁ କୋୱିନ ପୋର୍ଟାଲରେ ସଂଯୋଗ କରାଯାଇଛି। ପୂର୍ବରୁ କୋୱିନ ପୋର୍ଟାଲରେ ଭାରତ ବାୟୋଟେକର ଭ୍ୟାକ୍ସିନ କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ କୋଭାଭ୍ୟାକ୍ସ, ରୁଷର ସ୍ପୁଟନିକ ଭି ଏବଂ ବାୟୋଲୋଜିକାଲ ଇ ଲିମିଟେଡର କାର୍ବେଭ୍ୟାକ୍ସ ସାମିଲ ରହିଥିବାବେଳେ ଏବେ ଇନକୋଭାକର ନାଁକୁ ସାମିଲ କରାଯାଇଛି।

ଇନକୋଭାକକୁ ବିଶ୍ଵର ପ୍ରଥମ ନାଜାଲ ଭ୍ୟାକ୍ସିନ ବୋଲି କୁହାଯାଉଛି। ଭାରତ ବାୟୋଟେକ ଏବଂ ଓ୍ଵାସିଂଟନ ୟୁନିଭର୍ସିଟି ମିଶି ପ୍ରସ୍ତୁତ କରିଥିବା ଏହି ଭ୍ୟାକ୍ସିନର ପ୍ରଥମେ ନାମ ରଖାଯାଇଥିଲା ବିବିଭି୧୫୪। ବର୍ତ୍ତମାନ କେବଳ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ଏହି ଭ୍ୟାକ୍ସିନ ନେଇପାରିବେ। ବୁଷ୍ଟର ଡୋଜ ଭାବେ ଏହି ଭ୍ୟାକ୍ସିନକୁ ନିଆଯାଇପାରିବ। କୋଭିଡ ଭ୍ୟାକ୍ସିନର ଦୁଇଟି ଭ୍ୟାକ୍ସିନ ନେଇଥିବା ବ୍ୟକ୍ତି ହିଁ ନାଜାଲ ଭ୍ୟାକ୍ସିନ ନେଇପାରିବେ।

Tags: #Vaccine #CovidVaccine #Corona #NasalCovidVaccine #iNCOVACC

LEAVE A REPLY

Please enter your comment!
Please enter your name here