ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ୧୯ର ମୁକାବିଲା ଲାଗି ସରକାର ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ ଟଙ୍କା ସହିତ ୫ ପ୍ରତିଶତ ଜିଏସଟି ରହିଛି। ସରକାର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିବା ସହ ବୁଷ୍ଟର ଡୋଜ ଭେବେ ଏହାକୁ ମଞ୍ଜୁରି ଦେଇଛନ୍ତି।

ଘରୋଇ ଡାକ୍ତରଖାନାରେ ଏହି ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ ଟଙ୍କାରୁ ଅଧିକ ଥିବାବେଳେ ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ୩୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏବେ କେବଳ ଘରୋଇ ହସ୍ପିଟାଲଗୁଡ଼ିକରେ ଏହି ଭ୍ୟାକ୍ସିନ ମିଳିବ।

କୋୱିନ ପୋର୍ଟାଲରେ କୋଭିଡ ଭ୍ୟାକ୍ସିନ ତାଲିକାରେ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିସାରିଛି। ଅଳ୍ପ ଦିନ ମଧ୍ୟରେ ନାଜାଲ ଭ୍ୟାକ୍ସିନ କୋୱିନ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଆସନ୍ତା ସପ୍ତାହ ସୁଦ୍ଧା ନାଜାଲ ଭ୍ୟାକ୍ସିନ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।

କିଏ ନେଇ ପାରିବେ ନାଜାଲ ଭ୍ୟାକ୍ସିନ?

୧୮ ବର୍ଷରୁ ଅଧିକ ବୟସ୍କ ଏହି ନାଜାଲ ଭ୍ୟାକ୍ସିନ ନେଇପାରିବେ। ଯେଉଁମାନେ ପୂର୍ବରୁ ବୁଷ୍ଟର ଜୋଡ ନେଇନଥିବେ ସେମାନେ ନାଜାଲ ଭ୍ୟାକ୍ସିନ ନେଇପାରିବେ। ଏହା ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବଂ କୋଭୋଭ୍ୟାକ୍ସ, ରୁସ ଭ୍ୟାକ୍ସିନ ସ୍ପୁଟିନିକ ଭି ଏବଂ ବାୟୋଲଜିକାଲ ଇ ଲିମିଟେଟର କାର୍ବେଭ୍ୟାକ୍ସ ଭ୍ୟାକ୍ସିନ ନେଉଥିଲେ ଜନସାଧାରଣ।

କେମିତି ଦିଆଯାଏ ନାଜାଲ ଭ୍ୟାକ୍ସିନ?

ନାଜାଲ ଭ୍ୟାକ୍ସିନ ଇଣ୍ଟ୍ରା ନାଜାଲ ଅର୍ଥାତ ନାକ ମାଧ୍ୟମରେ ଏହି ଭ୍ୟାକ୍ସିନ ନେଇ ହେବ। ନାକରେ ଡ୍ରପ ପକାଇ ଏହି ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ହିସାବରେ ଦିଆଯିବ। ନାଜାଲ ଭ୍ୟାକ୍ସିନର ୨-୨ ଡ୍ରପ୍ ନାକର ଦୁଇ ପୁଡ଼ାରେ ପକାଯିବ। ଏହି ଭ୍ୟାକ୍ସିନ ନେଲେ କୌଣସି ପ୍ରକାରର କଷ୍ଟ ଅନୁଭବ ହୋଇନଥାଏ।

Tag: #Covid19 #CoronaVirus #Vaccine #NazalVaccine #BharatBiotech

Comment