ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବିଭିନ୍ନ ଦେଶରେ ଏବେ ସ୍କୁଲଗୁଡ଼ିକ ଖୋଲିବା ଆରମ୍ଭ ହେଲାଣି।

କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱବାସୀ ଏବେ ଏକ ମହାସଙ୍କଟ ଦେଇ ଗତି କରୁଛନ୍ତି। ଦୋକାନ ବଜାର ବନ୍ଦ ପଡ଼ିବା ସହିତ ବିନା ମାସ୍କରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି। ଭୂତାଣୁ ଭୟରେ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ ଆଦି ମଧ୍ୟ ବନ୍ଦ ହୋଇ ପଡ଼ିଛି।

ଏସବୁ ମଧ୍ୟରେ ବିଶ୍ୱର କିଛି ଦେଶ ସ୍କୁଲ୍ କଲେଜ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଭାରତ ସରକାର ଏ ଦିଗରେ କେବେ ପଦକ୍ଷେପ ଗ୍ରହଣ କରିବେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

school-4କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନଠାରୁ ଆରମ୍ଭ କରି ବ୍ରିଟେନ୍, ରୁଷ, ପ୍ରାନ୍ସ, ବେଲଜିୟମ ଓ ଇସ୍ରାଏଲ୍ ଭଳି କିଛି ଦେଶରେ କଟକଣା ସହ ସ୍କୁଲଗୁଡ଼ିକୁ ଖୋଲାଯାଇଛି। ଉହାନ ସହରରେ ଥିବା ପାଖାପାଖି ୨୮୪୦ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ଖୋଲାଯାଇଥିବା ସୂଚନା ରହିଛି। ସେହିପରି ରୁଷରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ସ୍କୁଲକୁ ଛାତ୍ରଛାତ୍ରୀମାନେ ପୁଣି ଫେରିଛନ୍ତି। ପ୍ରାନ୍ସ, ଇସ୍ରାଏଲରେ ପିଲାମାନେ ଦୀର୍ଘଦିନର ବ୍ୟବଧାନ ପରେ ସ୍କୁଲକୁ ଆସିଛନ୍ତି। ତେବେ ଏହି ସମୟରେ ସେମାନେ ସାମାଜିକ ଦୂରତା ରକ୍ଷା କରିବାଠାରୁ ଆରମ୍ଭ କରି ମାସ୍କ ଆଦି ପିନ୍ଧିବାକୁ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି।school-collegeଭାରତରେ କେବେ ଖୋଲିବ ସ୍କୁଲ୍?

ବିଶ୍ୱର ବିଭିନ୍ନ ଦେଶରେ ପିଲାମାନଙ୍କର ଶିକ୍ଷାକୁ ଗୁରୁତ୍ୱ ରଖି ଏପରି କରାଯିବା ପରେ ଏବେ ସମସ୍ତଙ୍କ ନଜର ଭାରତ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ରହିଛି। ଅନଲକ୍ ୪ର ଗାଇଡଲାଇନ୍ ଅନୁସାରେ ଚଳିତମାସ ଶେଷ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରହିବାକୁ କୁହାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ପିତାମାତାଙ୍କ ଅନୁମତି ନେଇ ସ୍କୁଲ ଯାଇପାରିବେ ବୋଲି କେନ୍ଦ୍ର ସରକାର ଗାଇଡଲାଇନ୍ ଆଣିଛନ୍ତି। ହେଲେ କେଉଁ ଦିନ ସବୁ ସ୍କୁଲ୍ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲାଯିବା ଏବେ ତାକୁ ହିଁ ଅପେକ୍ଷା ରହିଛି।BGUଓଡ଼ିଶାରେ କେବେ ଖୋଲିବ ସ୍କୁଲ?

ଭାରତ ସରକାରଙ୍କ ଗାଇଡଲାଇନ୍ ପରେ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଗାଇଡଲାଇନ୍ ଆଣିଛନ୍ତି। ଯେଉଁଥିରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅକ୍ଟୋବର ମାସ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି। ଅର୍ଥାତ ପୂଜା ଛୁଟି ପରେ ହିଁ ରାଜ୍ୟରେ ସ୍କୁଲ୍ କଲେଜ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଓ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଓ କଲେଜ ଖୋଲାଯିବା ବୋଲି କିଛି ଦିନ ତଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ।

Comment