ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବାରୁ ଏକ ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ହଜାର ଟଙ୍କାର ଫାଇନ ପଡ଼ିଛି। ଏହି ମୋଟାର ଅଙ୍କର ଚାଲାଣ କାଟିବାରେ ସାରାରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ବୌଦ୍ଧ ଆରଟିଓ।

ମାର୍ଚ୍ଚ ୧ରୁ ରାଜ୍ୟରେ କଡ଼ାକଡ଼ି ଟ୍ରାଫିକ ଯାଞ୍ଚ ଚାଲିଥିବା ବେଳେ ଗୁରୁବାର ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ଏକ ବସ୍‌କୁ ଏହି ମୋଟା ଅଙ୍କର ଫାଇନ କରାଯାଇଛି। ‘ମୀନାର’ ନାମକ ଏହି ବସ୍‌ର ରେଜିଷ୍ଟ୍ରେସନ ନଥିବାରୁ ୫ହଜାର ,ପରମିଟ ନଥାଇ ଗାଡ଼ି ଚଳାଉଥିବାରୁ ୧୦ହଜାର, ବୀମା ନଥିବାରୁ ୨ହଜାର ଓ ସାଧାରଣ ଅପରାଧ ପାଇଁ ୫ ଶହ ଟଙ୍କା ଫାଇନ କରାଯାଇଛି।

ସେହିପରି ରାଜ୍ୟ ପରବହନ ବିଭାଗର ବକେୟା ଟିକସ ବାକି ରଖିଥିବାରୁ  ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କା ଫାଇନ କରାଯାଇଛି। ଏହାସହ ବସକୁ ଜବତ କରିଛି ପରିବହନ ବିଭାଗ। ତେବେ ଏହି ଯାତ୍ରୀବାହୀ ବସର ମାଲିକ ଭୁବନେଶ୍ୱରର ହୋଇଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here