ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ରେ ପ୍ରସ୍ତୁତ ଏକ ଟେଷ୍ଟି ରୋଷେଇ ପୂର ଦିଆ କ୍ୟାପ୍‌ସିକମ୍‌ (ଷ୍ଟଫ୍‌ଡ କ୍ୟାପ୍‌ସିକମ୍‌)।

ପ୍ରଥମେ କ୍ୟାପ୍‌ସିକମ୍‌କୁ ମଝିରୁ କାଟିଦେବେ। ଏବେ କ୍ୟାପ୍‌ସିକମ୍‌ର ମଝିରୁ ମଞ୍ଜି କାଢ଼ିଦେବେ, ଯେମିତି ଏହା ଭିତରେ ପୂର ଦେଇ ହେବ। ଏବେ ଭେଜଟେବୁଲ ପୂର ପ୍ରସ୍ତୁତ କରିବେ।

ପୂର ପ୍ରସ୍ତୁତି: କଡ଼େଇକୁ ଗ୍ୟାସ୍‌ରେ ବସାଇ ଗରମ କରିବେ। ଏବେ ୨ ଚାମଚ ତେଲ ପକାଇବେ। ତେଲ ଗରମ ହୋଇଗଲେ ଏଥିରେ କଟା କଞ୍ଚାଲଙ୍କା ପକାଇବେ। ଏବେ ଅଦା ରସୁଣ ଓ ଗୋଟେ କଟା ପିଆଜ ପକାଇ ଭାଜିବା। ଏବେ ଏଥିରେ କଟା ଗାଜର, କଟା ଫୁଲ କୋବି, କଟା ବନ୍ଧା କୋବି ଓ କଟା ବିନ୍ସ ପକାଇ ଭାଜିବେ। ଏବେ ଏଥିରେ କାଜୁ ପକାଇବେ। ଟିକେ ଭାଜି ହୋଇଗଲା ପରେ ଲୁଣ ସ୍ଵାଦ ଅନୁସାରେ ଓ ହଳଦୀ ପକାଇବେ।

ଏବେ ଏଥିରେ ଗ୍ରୀନ ମଟର, ଟମାଟୋ ସସ୍, ଚିଲ୍ଲୀ ସସ୍‌, ଜୀରା ଗୁଣ୍ଡ ଅଧ ଚାମଚରୁ କମ୍, ଲଙ୍କାଗୁଣ୍ଡ ଓ ଟିକେ ଚାଇନିଜ୍‌ ଲୁଣ ଓ ହଲ୍‌କା ଚିନି ପକାଇ ମିଶାଇବେ। ଏବେ ଏହାକୁ ଏକ ପାତ୍ରରେ ବାହାର କରିଦେବା।

ଏବେ ଏହି ପୂରକୁ ପୂର୍ବରୁ ପ୍ରସ୍ତୁତ କ୍ୟାପ୍ସିକମ୍‌ ଭିତରେ ଭରିବେ। ଏବେ ଏହାକୁ କୋରା ପନିର, ଧନିଆ ପତ୍ର ଦେଇ ସଜେଇ ଦେବା। ଏବେ ପ୍ରସ୍ତୁତ ହୋଇଗଲା ପୂର ଦିଆ କ୍ୟାପ୍‌ସିକମ୍‌।

Comment