ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲି ପାଇଁ କେଉଁଠି ଖୁସି ତ କେଉଁଠି ଦୁଃଖ। ହୋଲି ଖେଳିବା କିଛି ଲୋକଙ୍କ ପାଇଁ ହୋଇଛି କାଳ। ରାଜ୍ୟର ବିଭିନ୍ନ ସ୍ଥାନରେ ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ଜଣେ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କୁ ଏଯାଏଁ ଖୋଜିବା ଜାରି ରଖିଛି ଅଗ୍ନୀଶମ ବାହିନୀ।

ଗୁଣୁପୁର କେନ୍ଦୁଗୁଡ଼ା ଡ୍ୟାମ୍‌ରେ ଗାଧୋଇଲା ବେଳେ ବୁଡ଼ି ୩ ଜଣଙ୍କ ମୃତ୍ୟ ହୋଇଛି। କାଠଯୋଡ଼ିର ବୈୟାଳିଶମୌଜା ଘାଟକୂଳ ନିକଟରେ ବୁଡ଼ି ଦୁଇ ନାବାଳକ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନିଆଳ ଗାଁରେ ପୋଖରୀରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି।

ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ରଙ୍ଗବଜାର ପୁରୀ କେନାଲରେ ବୁଡ଼ି ଜଣେ ମହିଳା ପ୍ରାଣ ହରାଇଛନ୍ତି। କଟକ ନରାଜଠାରେ ମଧ୍ୟ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପାରଳାଖେମୁଣ୍ଡିରେ ମଧ୍ୟ ମହେନ୍ଦ୍ରା ତନୟା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ରେଢ଼ାଖୋଲ ଶୁଣ୍ଢିମୁଣ୍ଡା ନାଳରେ ବୁଡ଼ି ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଇନ୍ଦ୍ରାବତୀ ନଦୀରେ ମଧ୍ୟ ଗାଧୋଇଲା ବେଳେ ଜଣେ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ଆଉ ଜଣେ ଯୁବକ ନିଖୋଜ ରହିଛନ୍ତି। ତାଙ୍କୁ ଖୋଜା ଖୋଜି କରୁଛି ଅଗ୍ନୀଶମ ବାହିନୀ।

LEAVE A REPLY

Please enter your comment!
Please enter your name here