ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି।
କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ଏବଂ ସମସ୍ତ ବିଧାୟକମାନେ ହ୍ୟାଣ୍ଡୱାସ୍ରେ ହାତ ଧୋଇ ସଚେତନତାର ବାର୍ତ୍ତା ଦେଇଥିଲେ।
କୋରୋନା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କୋରୋନାକୁ ‘ବିପର୍ଯ୍ୟୟ’ ଘୋଷଣା କରିବା ସହ ବିଧାନସଭାକୁ ମାର୍ଚ୍ଚ ୩୧ ଯାଏଁ ସ୍ଥଗିତ ରଖିଛନ୍ତି।
ଏହାସହ ସ୍କୁଲ, କଲେଜ, ସିନେମା ହଲ୍କୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ବାଚସ୍ପତି ବିଧାନସଭାରେ ବିଧାୟକମାନଙ୍କୁ କୋରୋନା ସମ୍ପର୍କରେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି।