ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଏ କି ନାହିଁ ସେ ସଂପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ବୟସ୍କ ବ୍ୟକ୍ତି, ବିଶେଷକରି ଯେଉଁମାନଙ୍କର ଆଗରୁ କୌଣସି ଦୁରାରୋଗ୍ୟ ରହିଥାଏ ସେମାନଙ୍କ ଉପରେ କରୋନାର ପ୍ରଭାବ ଅଧିକ ହୋଇପାରେ।
ଥଣ୍ଡା, କାଶ, ଛିଙ୍କ ହେଉଥିଲେ ଏହା ଯେ କେରୋନା ତାହା କହିବା ମଧ୍ୟ ଠିକ ନୁହେଁ। ଏହା ସାଧାରଣ ଥଣ୍ଡା ହୋଇପାରେ। ତଥାପି ପିଲାଙ୍କୁ ଏହି ଭାଇରସରୁ କେମିତି ଦୂରେଇ ରଖିବେ ତାହା ଜାଣିବା ଜରୁରୀ।
– ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରଖନ୍ତୁ।
– ଖେଳିଲା ବୁଲିଲା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ।
– ବାରମ୍ବାର ହାତ ଧୋଇବାକୁ କହନ୍ତୁ। ହାତ ଧୋଇବାର ସଠିକ ପ୍ରକ୍ରିୟା ମଧ୍ୟ ଶିଖାନ୍ତୁ। ଯାହାଦ୍ୱାରା ଆପଣଙ୍କ ପିଲା ଭାଇରସରୁ ରକ୍ଷା ପାଇପାରିବ।
– ଯଦି ଆପଣଙ୍କର ପିଲାଙ୍କଠାରେ କିଛି ଲକ୍ଷଣ ଦେଖାଯାଉଛି ଡାକ୍ତରଙ୍କ ପରାମର୍ଶ ନେବା ସହ ନିଜ ପିଲାଙ୍କୁ ଘରେ ଭଲ ଭାବରେ ବିଶ୍ରାମ ଦିଅନ୍ତୁ।
– ପିଲାଙ୍କୁ ପରିଷ୍କାର ପରିଚ୍ଛନତା ଉପରେ ଭଲ ଶିକ୍ଷା ଦିଅନ୍ତୁ। କାଶିଲା ବେଳେ ବା ଛିଙ୍କିଲା ବେଳେ ଟିସ୍ୟୁ ପେପର ବ୍ୟବହାର କରିବାକୁ କହନ୍ତୁ।
– ପିଲାଙ୍କଠାରେ ଅଧିକ ଦିନ ଧରି ଥଣ୍ଡା, କାଶ, ଛିଙ୍କ, ଜ୍ୱର ଦେଖାଗଲେ ସର୍ବ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
– ଶ୍ୱାସକ୍ରିୟା ସଂକ୍ରମଣ ପରି ପିଲାଙ୍କର ଅନ୍ୟ ସମସ୍ୟା ଅଛି ତେବେ ଶୀଘ୍ର ଯତ୍ନ ନିଅନ୍ତୁ ଏବଂ ସର୍ବସାଧାରଣ ସ୍ଥାନକୁ ବାରଣ କରନ୍ତୁ।