ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସଜାଗ ରହିବା ନିହାତି ଜରୁରୀ। ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଭାଇରସର ଲକ୍ଷଣ କୁହାଯାଇଛି।

ଥଣ୍ଡା, କାଶ, ଜ୍ୱର ଏହାର ପ୍ରଥମ ଲକ୍ଷଣ ବୋଲି କୁହାଯାଇଛି। ତେଣୁ ଆପଣଙ୍କଠାରେ ଯଦି ଏଭଳି ଲକ୍ଷଣ ଦେଖାଯାଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ସେହିପରି ଖାଇବା ପୂର୍ବରୁ ହାତକୁ ଭଲରେ ସାବୁନ ବା ହ୍ୟାଣ୍ଡଓ୍ୱାସରେ ଭଲକରି ଧୁଅନ୍ତୁ।

ଯେତେବେଳେ ବି କାଶ ବା ଛିଙ୍କ ହେଉଛି ସେତେବେଳେ ରୁମାଲ ବା ଟିସୁ ପେପର ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବା ପରେ ତୁରନ୍ତ ଫିଙ୍ଗି ଦିଅନ୍ତୁ। ହାତକୁ ଭଲ କରି ଧୋଇ ଦିଅନ୍ତୁ।

ଆଖି, ପାଟି,ନାକକୁ ନଛୁଇଁବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ। କାରଣ ଆଖି, ନାକ, ପାଟି ମାଧ୍ୟମରେ ଏହି ଭାଇରସ ବ୍ୟାପିବାର ଅଧିକ ଆଶଙ୍କା ରହିଛି।ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର ବା କାଶ ହୋଇଛି ତେବେ ତାଙ୍କଠୁ ନିଜକୁ ଦୂରେଇ ରଖନ୍ତୁ। ଯଦିବି ଆପଣ ତାଙ୍କ ସଂପର୍କରେ ଆସୁଛନ୍ତି ତ ସାମାନ୍ୟ ସାବଧାନତା ଅପଣେଇ ପାରିବେ।

ଯଦି ଆପଣଙ୍କୁ ଜ୍ୱର, କାଶ ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବଜାରରେ ବା କୌଣସି ସର୍ବ ସାଧାରଣ ସ୍ଥାନରେ ବୁଲାବୁଲି କରିବା ବେଳେ ମାସ୍କ ପିନ୍ଧନ୍ତୁ। ଘରକୁ ଫେରିବା ପରେ ହାତ ପାଦକୁ ପରିଷ୍କାର କରନ୍ତୁ।

ମାଂସ, କଞ୍ଚାକ୍ଷୀର ଭଳି ଖାଦ୍ୟରୁ ଦୂରେଇ ରହନ୍ତୁ। ସେହିପରି ଯେପରିକି ପାର୍କ, ମଲ, ସିନେମା ହଲ ପ୍ରଭୃତିକୁ ଯାଆନ୍ତୁ ନାହିଁ। କାରଣ ସେଠାରୁ ଏହି ଭାଇରସ ବ୍ୟାପିବାର ଅଧିକ ଆଶଙ୍କା ଥାଏ।

LEAVE A REPLY

Please enter your comment!
Please enter your name here