ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ଏବେ ପ୍ରତି ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଏହି ସଂଖ୍ୟା ୧୦୮ରେ ପହଞ୍ଚିଛି।

କରୋନା ଭାରତରେ ନିଜର କାୟା ବିସ୍ତାର କରିବା ମଧ୍ୟରେ ଦୁଇ ଜଣ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି। ସେହିପରି ଏଥିରୁ ୧୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା କାରଣରୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। କେବଳ ଜରୁରୀ ପରୀକ୍ଷାକୁ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଛି।

ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଆଗରେ ରହିଥିଲା। ବର୍ତ୍ତମାନ କେରଳକୁ ମାତ୍ ଦେଇ ମହାରାଷ୍ଟ୍ର ଏହି ତାଲିକାର ନମ୍ବର ୱାନ୍ ସ୍ଥାନରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here