ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବ୍ରହ୍ମପୁର ମୁନିସିପାଲ୍‌ଟି କର୍ପୋରେସନ୍‌। କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁରରେ ଥିବା ସମସ୍ତ ମଲ୍‌ଗୁଡ଼ିକୁ ଆଜିଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବ୍ରହ୍ମପୁର ମୁନିସିପାଲ କମିସନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନାକୁ ନେଇ କଟକଣା ଜାରି କରାଯାଇଛି। ସେହିପରି କଟକ-ଭୁବନେଶ୍ଵରରେ ମଧ୍ୟ ସବୁ ସପିଂ ମଲ୍‌, ସୁଇମିଂ ପୁଲ୍‌, ଜିମ୍‌, ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସାମାଜିକ ଉତ୍ସବ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ବର୍ତ୍ତମାନ ଓଡ଼ିଶାରେ ୨୨ଜଣ କରୋନା ସନ୍ଦେହ ବ୍ୟକ୍ତିଙ୍କର ନମୁନା ନେଗେଟିଭ ଆସିଛି। ହେଲେ ଆଜି ଭୁବନେଶ୍ଵରରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସେହିପରି ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here