ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱର ସହରାଞ୍ଚଳର ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସେ ନିକୋପାର୍କ ପରିଦର୍ଶନ କରି ଏହାର ସ୍ଥିତି ସମୀକ୍ଷା କରିବା ସହ ଭବିଷ୍ୟତ ବିକାଶ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ଉଷା ପାଢ଼ୀ ବାଣୀବିହାର ନିକଟସ୍ଥ ୪ ନମ୍ବର ଡ୍ରେନରେ ବ୍ଲୁ ୱେସ ପୁନରୁଦ୍ଧାର ପ୍ରଗତି ସମୀକ୍ଷା କରିବା ପରେ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧବିହାରରେ ଥିବା ଏଏଚପି ପରିଦର୍ଶନ କରିଥିଲେ। କଲୋନୀର ଭିତ୍ତିଭୂମି ସମୀକ୍ଷା କରିବା ସହ କଲୋନୀ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଉଷା ପାଢ଼ୀ।

ଏହି ସମୟରେ ଅଧିକାରୀମାନେ ନିକୋପାର୍କର ଭିତ୍ତିଭୂମି ଯାଞ୍ଚ କରିଥିଲେ। ସେହିଭଳି ଏହି ଅଞ୍ଚଳ ଦେଇ ବାହାରିଥିବା ୧୦ ନମ୍ବର ଡ୍ରେନର ସମସ୍ୟା ଏବଂ ଏହାର ପୁନରୁଦ୍ଧାର ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

ବାଣୀବିହାର ନିକଟରେ ଥିବା ୪ ନମ୍ବର ଡ୍ରେନ ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲା ଏବଂ ବର୍ତ୍ତମାନର ପ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଡକ୍ଟର ଏନ୍ ତିରୁମାଲା ନାଏକ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଏବଂ ବିଡିଏର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Tags: #BDA #BMC #UshaPadhee #ProjectReview #Bhubaneswar

Comment