ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହେଲେ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସେ। କେବଳ ହାତ ଭଲ କରି ଧୋଇଲେ ବା ପରିସ୍କାର ରହିଲେ କୌଣସି ଜୀବାଣୁ ବା ଭାଇରସ୍ ଆକ୍ରାନ୍ତ କରି ନଥାଏ, ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ। ଯଦି ଆପଣଙ୍କ ଇମ୍ୟୁନ୍ ପାଓ୍ୱାର ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ, ତେବେ ଆପଣଙ୍କୁ ସର୍ଦ୍ଦି, ଥଣ୍ଡା ଓ ଜ୍ଵର ସହଜରେ ହୋଇ ନଥାଏ।
ପ୍ରତିଦିନ ଖାଦ୍ୟରେ ଫଳ ଓ ପରିବା ସାମିଲ କରନ୍ତୁ। ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଭିଟାମିନ୍ ଏ ପାଟି, ଅନ୍ତନଳୀ ଓ ଶ୍ୱାସକ୍ରିୟା ଟିସ୍ୟୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଭିଟାମିନ୍ ଏ ପାଇଁ ଖାଦ୍ୟରେ ମିଠା ଆଳୁ, ପାଳଙ୍ଗ, ଗାଜର ଓ ସବୁଜ ପନିପରିବା ଖାଇବା ଜରୁରୀ।
ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ୍ ସାମିଲ କରନ୍ତୁ। ଖାଦ୍ୟରେ ଚିକେନ୍, ଅଣ୍ଡା, କାଜୁ ଭଳି ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
ଋତୁ ଅନୁଯାୟୀ, ଫଳ ପରିବା ଖାଦ୍ୟରେ ସାମିଲ କରନ୍ତୁ। ରସୁଣ, ଅଦା, ଡାଳଚିନି ଆଦି ଖାଇଲେ ଶରୀରକୁ ଆଣ୍ଟିଇନ୍ଫ୍ଲାମେଟୋରି ଓ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ।
ପାଳଙ୍ଗରେ ଫ୍ଲେଭୋନାଇଡ୍ସ୍, କେରୋଟେନାଇଡ୍ସ୍, ଭିଟାମିନ୍-ସି, ଭିଟାମିନ୍-ଇ ଆଦି ଗୁଣ ରହିଛି। ଅମୃତଭଣ୍ଡାରେ ପୋଟାସିୟମ୍, ଫୋଲେଟ୍, ଭିଟାମିନ୍-ବି ଏବଂ ଭିଟାମିନ୍-ସି ଭରି ରହିଛି। ଏଥିରେ ଥିବା ଡାଇଜେଷ୍ଟିଭ୍ ଏନ୍ଜାଇମ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ପାଚନକ୍ରିୟାକୁ ବି ଠିକ୍ ରଖେ।