ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାଠାରୁ ଦୂରେଇ ରହିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ପ୍ରତିଦିନ ନୂଆ ନୂଆ କଟକଣା ଜାରି କରୁଥିବା ସରକାର ଆଜି ଗାଧୁଆ ଉପରେ କଟକଣା ଜାରି କରିଛନ୍ତି। କେଉଁଠି ଗାଧୋଇବେ ଏବଂ କେଉଁଠି ଗାଧୋଇବେ ନାହିଁ ସେ ଉପରେ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି।
ପୋଖରୀ ଗାଧୁଆ ଉପରେ କଟକଣା ଜାରି କରାଯାଇଛି। ଗ୍ରାମାଞ୍ଚଳ ଏବଂ ବିଭିନ୍ନ ସହରାଞ୍ଚଳରେ ଅଧିକାଂଶ ଲୋକ ପୋଖରୀରେ ଗାଧୋଇଥାନ୍ତି। ହେଲେ କରୋନା ପାଇଁ ଏପେ ପୋଖରୀ ଗାଧୁଆକୁ ବାରଣ କରିଛନ୍ତି ସରକାର। ପୋଖରୀରେ ନଗାଧୋଇ, ପାଇପ୍ ପାଣି, ଟ୍ୟୁବୱେଲ, ବୋରିଂ ଆଦିରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ବାଗ୍ଚି।
ପୋଖରୀରେ ବିଭିନ୍ନ ବର୍ଗର ଲୋକ ଗାଧୋଇଥାନ୍ତି। ଏଣୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି କଟକଣା ଜାରି କରାଯାଇଛି।


















