ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ସେଥିପାଇଁ ୟୁପିଏସ୍ସି ମେନ୍ ସାକ୍ଷାତକାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ କଲା ୟୁପିଏସ୍ସି। ସାକ୍ଷାତକାରର ପରବର୍ତ୍ତୀ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ପୂର୍ବରୁ ଆସନ୍ତା ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏହି ସାକ୍ଷାତକାର ପରୀକ୍ଷା ହେବାର ଥିଲା। ୟୁପିଏସ୍ସିର ପ୍ରିଲିମ୍, ମେନ୍ ପରୀକ୍ଷା ଶେଷ ହୋଇଥିବା ବେଳେ ବର୍ତ୍ତମାନ କେବଳ ସାକ୍ଷାତକାର ପରୀକ୍ଷା ରହିଛି।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ କରୋନାକୁ ମୁକାବିଲା କରିବାକୁ ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି।