ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମଡେଲ୍ ତଥା ଅଭିନେତା ମିଲିନ୍ଦ ସୋମନ୍ ତାଙ୍କର ଫିଟନେସ୍ ପାଇଁ ବେଶ୍‌ ଜଣାଶୁଣା। ମିଲିନ୍ଦ ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର କଠିନ ବ୍ୟାୟାମର ଭିଡିଓ ସେୟାର କରନ୍ତି।

ତେବେ କେବଳ ମିଲିନ୍ଦ ନୁହନ୍ତି ତାଙ୍କ ୮୧ ବର୍ଷୀୟା  ମା’ ଏବଂ ତାଙ୍କ ପତ୍ନୀ ଅଙ୍କିତା ମଧ୍ୟ ଫିଟନେସ୍ ମାମଲାରେ କାହାଠାରୁ କମ୍‌ ନୁହଁନ୍ତି। ମିଲିନ୍ଦ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଏବଂ ମା’ଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି|

ଭିଡିଓରେ ମିଲିନ୍ଦଙ୍କ ମା’ ଉଷା ଏବଂ ତାଙ୍କ ପତ୍ନୀ ଅଙ୍କିତା  ବ୍ୟାୟାମ କରୁଥିବା ନଜର ଆସିଛନ୍ତି। ସବୁଠୁ ଖାସ୍‌ କଥା ହେଲା ମିଲିନ୍ଦଙ୍କ ମା’ ଏହି ବୟସରେ ଶାଢ଼ି ପିନ୍ଧି ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ମିଲିନ୍ଦଙ୍କ ଏହି ଭିଡିଓକୁ ୟୁଜର୍ସ ପ୍ରଶଂସା କରୁଛନ୍ତି। ଅଙ୍କିତା ମଧ୍ୟ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Comment