ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକଡାଉନ୍ ଘୋଷଣା ହୋଇଛି। ବାପା’ ମା’ ଏହାର ଫାଇଦା ନିଶ୍ଚୟ ଉଠାନ୍ତୁ। ପିଲାଙ୍କ ସହ ସମ୍ପର୍କକୁ ମଜଭୂତ କରନ୍ତୁ।
ଲକଡାଉନ୍ ପ୍ରତି ମା’ ବାପାଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଲକଡାଉନ ଯୋଗୁଁ ବର୍ତ୍ତମାନ ପିଲା ଘରେ ଥିବାରୁ ବାପା, ମା’ ସେମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ସୁଯୋଗ ପାଇଛନ୍ତି। ଏହି ସମୟରେ ବାପା, ମା’ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ କରିପାରିବେ। ତାହା ହେଲା ନିଜ ପିଲାଙ୍କ ସମ୍ପର୍କ ଘନିଷ୍ଠ ବା ମଜଭୁତ କରିବା। ତେବେ ଆସନ୍ତୁ ଜାଣିବା ୟୁନିସେଫ୍ ପକ୍ଷରୁ ଜାରି ୫ଟି ଟିପ୍ସ…
ଭଲ ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଦିଅନ୍ତୁ
ଏହି ସମୟରେ ଆପଣ ନିଜ ପିଲାକୁ ଘରେ ବିଭିନ୍ନ ପ୍ରକାରର ସୁସ୍ଥକର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଇପାରିବେ। ରୋଷେଇ କାମରେ ପିଲାଙ୍କ ସାହାଯ୍ୟ ନିଅନ୍ତୁ। ଉଭୟ ମିଶି ଖାଦ୍ୟ ପ୍ରସ୍ତୁତ କରନ୍ତୁ। ମିଶିକି ରୋଷେଇ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆୁରି ମଜଭୁତ ହୋଇପାରେ। ପିଲାଙ୍କୁ ବି ସାଧାରଣ ରୋଷେଇ କରିବା ମଧ୍ୟ ଶିଖାଇପାରିବେ।
ପିଲାଙ୍କୁ କାହାଣୀ କହନ୍ତୁ
ପିଲା ଏହି ସମୟରେ ଘରେ ରହି ଏକୁଟିଆ ବା ବୋର ଅନୁଭବ ନକରନ୍ତୁ। ସେଥିପାଇଁ ଆପଣ ତାଙ୍କୁ ପ୍ରତିଦିନ କିଛି ନୂଆ କାହାଣୀ କହିପାରିବେ। କାହାଣୀ ଶୁଣିବା ଦ୍ୱାରା ପିଲାର ଭାବନା ଶକ୍ତି ବୃଦ୍ଧି ପାଇବା ସହ ବୋର୍ ଅନୁଭବ କରିବେ ନାହିଁ। ସବୁଠୁ ଖାସ କଥା କାହାଣୀ ପିଲାଙ୍କୁ ଭଲ ପାଇବା ଏବଂ ଅନ୍ୟପ୍ରତି ଯତ୍ନବାନ ହେବା ଶିଖାଇଥାଏ।
ଏକାଠି ବସି ଚିତ୍ର ଆଙ୍କନ୍ତୁ
ପିଲାଙ୍କ ସହ ସମୟ ବିତାଇବା ପାଇଁ ଆପଣ ନିଜ ପିଲା ସହ ମିଶି କିଛି ନୂଆ ଚିତ୍ର ଆଙ୍କନ୍ତୁ। ଚିତ୍ର ଆଙ୍କିବା ଭାବନା ପରିପ୍ରକାଶର ଆଉ ଏକ ମାଧ୍ୟମ। ଏହାଦ୍ୱାରା ଆପଣ ଚିତ୍ର ସାହାଯ୍ୟରେ ପିଲାଙ୍କୁ ନିଜ ଭାବନା କହିପାରିବେ ଏବଂ ତାଙ୍କୁ ବି ଏହା ଶିଖାଇପାରିବେ।
ପିଲାଙ୍କ ସହ ମିଶି ଘର କାମ କରନ୍ତୁ
ପିଲାଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଘର କାମରେ ସେମାନଙ୍କୁ ସାମି କରନ୍ତୁ। ବାପା, ମା’, ପୁଅ, ଝିଅ ସମସ୍ତେ ମିଶିକି ଘର କାମ କରନ୍ତୁ। ଏହାଦ୍ୱାରା ଘର କାମ ବି ହେବ ଏବଂ ଆପଣଙ୍କ ସମ୍ପର୍କ ମଜଭୁତ ହେବ।
ପିଲାଙ୍କ ସ୍ନେହ ଦିଅନ୍ତୁ
ସବୁ ବାପା, ମା’ ନିଜ ପିଲାଙ୍କୁ ସବୁଡୁ ଅଧିକ ଭଲ ପାଆନ୍ତି। ଏବେ ପିଲା ଘରେ ଥିବାରୁ ଅଧିକ ଭଲପାଇବା ଆବଶ୍ୟକ କରିପାରେ। ସେଥିପାଇଁ ତାଙ୍କୁ ଆପଣ କେତେ ଭଲ ପାଆନ୍ତା ତାହା ଅନୁଭବ କରାନ୍ତୁ। ଏହାଦ୍ୱାରା ଆପଣଙ୍କ ପିଲାର ଆତ୍ମବିଶ୍ୱାସ ବଢ଼ିବ।
Right now, many parents and caregivers are facing new challenges and new opportunities to bond with their children.
Here are 5 practical tips to help you keep doing the most important job in the world during lockdown.#COVID19 #IndiaFightsCorona #StayatHomeSaveLives pic.twitter.com/dI0n70psvF
— UNICEF India (@UNICEFIndia) April 4, 2020
















