ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଶ୍ରଦ୍ଧା କପୁରଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ଏକ ବିଗ୍ ବଜେଟ୍ ଫିଲ୍ମର ଅଫର୍ ମିଳିଥିଲା। ସେହି ସମୟରେ ଶ୍ରଦ୍ଧା ବୋଷ୍ଟନ୍ ୟୁନିଭର୍ସିଟିରେ ପଢ଼ୁଥିଲେ। ସେଠାରେ ଏକ ନାଟକରେ ଶ୍ରଦ୍ଧା ଅଭିନୟ କରିଥିଲେ। ସେହି ନାଟକ ଦେଖିଥିଲେ ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍।
ଶ୍ରଦ୍ଧା କପୁରଙ୍କ ଅଭିନୟରେ ବେଶ୍ ପ୍ରଭାବିତ ହୋଇଥିଲେ ସଲମାନ୍ ଖାନ୍। ସେତେବେଳେ ଦୁଇ ନିର୍ଦ୍ଦେଶକ ରାଧିକା ରାଓ ଓ ବିନୟ ସପ୍ରୁ ସଲମାନ୍ ଖାନ୍ ଷ୍ଟାରର ମୁଭି ‘ଲକି: ନୋ ଟାଇମ୍ ଫର୍ ଲଭ୍’ ସିନେମା ପାଇଁ ନାୟିକା ସନ୍ଧାନ କରୁଥିଲେ।
ସଲମାନ୍ ଉଭୟଙ୍କୁ ଶ୍ରଦ୍ଧା କପୁରଙ୍କୁ କାଷ୍ଟ୍ କରିବା ଲାଗି ପରାମର୍ଶ ଦେଇଥିଲେ। ତା’ପରେ ବିନୟ ସପ୍ରୁ ଓ ରାଧିକା ରାଓ ପ୍ରଖ୍ୟାତ ଅଭିନେତା ଶକ୍ତି କପୁରଙ୍କ ଘରକୁ ଯାଇ ଝିଅ ଶ୍ରଦ୍ଧାଙ୍କୁ ସଲମାନ୍ ଖାନଙ୍କ ବିପକ୍ଷରେ ନାୟିକା ହେବାର ପ୍ରସ୍ତାବ ଦେଇଥିଲେ।

ଶ୍ରଦ୍ଧା ସେତେବେଳେ ଥିଏଟର ଷ୍ଟଡିଜ୍ କୋର୍ସ କରୁଥିଲେ ଓ ଆଗକୁ ଆହୁରି ପଢ଼ିବାକୁ ଚାହୁଁଥିଲେ। ଏଣୁ ସେ ଏତେ କମ୍ ବୟସରେ ଆକ୍ଟିଂ କ୍ୟାରିଅର୍ ଆରମ୍ଭ କରିବାକୁ ରାଜି ହୋଇନଥିଲେ। ଫଳତଃ ସଲମାନ୍ଙ୍କ ନାୟିକା ହେବାକୁ ମନା କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ସେହି ଭୂମିକାଟି ମିଳିଥିଲା ସ୍ନେହା ଉଲାଲଙ୍କୁ।
















