ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜର ନିଖୁଣ ଅଭିନୟ ପାଇଁ ପରିଚିତ ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କର ରୋଲକୁ ଦର୍ଶକ ପସନ୍ଦ କରିଥାନ୍ତି। ତେବେ ନିନା ଗୁପ୍ତାଙ୍କ ଜୀବନ ବହୁ ଉତ୍ଥାନ ପତନ ଦେଇ ଗତି କରି ଆସିଛି।

ୱେଷ୍ଟ ଇଣ୍ଡିଜ କ୍ରିକେଟ ଖେଳାଳି ଭିଭିଆନ ରିଚାର୍ଡ୍ସଙ୍କ ସହିତ ତାଙ୍କର ସମ୍ପର୍କ, ଝିଅ ମସାବାକୁ ଲାଳନ ପାଳନ କରିବା ଏଭଳି ଅନେକ ରୋମାଞ୍ଚକର କଥା ରହିଛି। ଏହାକୁ ନେଇ ଗୋଟିଏ ଫିଲ୍ମ ତିଆରି କରାଯାଇପାରେ। ନିନା ଚାହୁଁଛନ୍ତି ଏସବୁ ବିଷୟ ଦୁନିଆଁ ଜାଣୁ।

coronaଏବେ ଲକଡାଉନ ସମୟରେ ନିନା ତାଙ୍କ ସ୍ୱାମୀ ବିବେକ ମେହେରାଙ୍କ ସହ ଉତ୍ତରାଖଣ୍ଡରେ ସମୟ କାଟୁଛନ୍ତି। ନିନା ଏବେ ନିଷ୍ପତ୍ତି ନେଇଛନ୍ତି ତାଙ୍କର ଆତ୍ମଜୀବନୀ ଲେଖିବା ପାଇଁ। ନିଜ ଜୀବନୀ ନିଜେ ଲେଖିବା ଅପେକ୍ଷା ଜଣେ ପ୍ରଫେସନାଲ ଲେଖକ ଯଦି ଲେଖନ୍ତି ତାହା ଅଧିକ ଗ୍ରହଣୀୟ ହେବ ବୋଲି ସେ କହିଛନ୍ତି। ସୁତରାଂ ସେ ଏଭଳି ଜଣେ ଲେଖକଙ୍କୁ ଚାହୁଁଛନ୍ତି ଯିଏ ତାଙ୍କ ଜୀବନ କାହାଣୀକୁ ଠିକ ବୁଝି ପାରିବ ଓ ଉପଯୁକ୍ତ ନ୍ୟାୟ ଦେଇପାରିବ।

LEAVE A REPLY

Please enter your comment!
Please enter your name here