ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଲକଡାଉନ ଆଉ ଦୁଇ ସପ୍ତାହ ବଢିବା ଏକ ରକମ ନିଶ୍ଚିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ୨୫୦ ମିନିଟ ସମୟ ଭିଡିଓ କନଫେରିନ୍‌ସିଂ ଜରିଆରେ  କଥାବାର୍ତ୍ତା କରିଥିଲେ।

କୋଭିଡ ୧୯କୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେହି ଦୃଷ୍ଟିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇବା ସକାଶେ ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଖବର ଆସୁଛି ଯେ, କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ଲକଡାଉନ ସମୟକୁ ବୃଦ୍ଧି କରିବେ। ଏକଥା ମଧ୍ୟ ଜଣାପଡିଛି ଯେ ୩୦ ପରେ ହଠାତ ଏକାଥରକେ ଲକଡାଉନ ଉଠିବ ନାହିଁ। ବରଂ ପର୍ଯ୍ୟାୟ କ୍ରମେ ସ୍ଥିତିକୁ ଚାହିଁ ଏହା ଉଠାଯିବ। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫେରେନ୍ସିଂରେ କହିଥିଲେ ‘ଜାନ ହୈ ତୋ ଜହାଁ ହୈ’ (ଜୀବନ ଥିଲେ ବଞ୍ଚିବା ବି ରହିବ)।

ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଗୁରୁବାରଠାରୁ ନିଷ୍ପତ୍ତି ନେଇସାରିଛନ୍ତି। ଓଡ଼ିଶାକୁ ଦେଖି ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ମଧ୍ୟ ଲକଡାଉନ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି।

Comment