ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ ପାଇଁ ଟ୍ରେନ୍ ଓ ବିମାନ ଚଳାଚଳ ବାତିଲ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଆଉ ୧୯ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମେ’ ୩ ଯାଏଁ ଏହି ଲକ୍ଡାଉନ୍ ବଳବତ୍ତର ରହିବ। ଏହି ସମୟ ଭିତରେ ଦେଶରେ କୌଣସି ଯାତ୍ରୀବାହୀ ଟ୍ରେନ୍ ଗଡ଼ିବନି କୌଣସି ବିମାନ ଉଡ଼ାଣ ଭରିବ ନାହିଁ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଲକ୍ଡାଉନ୍ ଅବଧି ବଢ଼ିଥିବାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ ରୋକ୍ ଲାଗିଛି। ମେ’ ୩ ଯାଏଁ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ। ମେଟ୍ରୋ ଟ୍ରେନ୍ ସେବା ମଧ୍ୟ ବାତିଲ କରାଯାଇଛି।
ଏପଟେ ବିମାନ ସେବା ମଧ୍ୟ ବାତିଲ କରାଯାଇଛି। ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ମେ’ ୩ ତାରିଖ ରାତି ୧୧ଟା ୫୯ ମିନିଟ୍ ଯାଏଁ ସ୍ଥଗିତ ରଖାଯାଇଛି।
୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ଦେଶରେ ଟ୍ରେନ୍ ସେବା ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ୧୯ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିବାରୁ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯାଇଛି।








ଲକ୍ଡାଉନ୍ ପାଇଁ ଟ୍ରେନ୍ ଓ ବିମାନ ଚଳାଚଳ ବାତିଲ।








