ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏକ ସପ୍ତାହ ଭିତରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ ହଜାର ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ଲକ୍ଷ୍ୟ ରହିଛି।
ବ୍ରହ୍ମପୁର ଏମ୍କେସିଜିରେ କୋଭିଡ୍ ପରୀକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ରାଉରକେଲା ଅଶିଜିଏଚ୍ରେ ମଧ୍ୟ ପରୀକ୍ଷଣ ବ୍ୟବସ୍ଥା ହୋଇଛି। ୧୬ ତାରିଖ ସୁଦ୍ଧା ବୁର୍ଲା ଭିମ୍ସାର୍ରେ କୋଭିଡ୍ ପରୀକ୍ଷଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ଲକ୍ଡାଉନ୍ ବେଳେ ଚାଷୀମାନେ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୃଷିଜାତ ସାମଗ୍ରୀ ପରିବହନ ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।


















