ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଲକଡାଉନ ସମୟରେ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ୍ ଅଛନ୍ତି। ସେ ଏହି ଏହାରି ମାଧ୍ୟମରେ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ଅଛନ୍ତି। ଏବେ ସେ ପୁଣି ଥରେ କରୋନା ମହାମାରୀର ମୁକାବିଲା ପାଇଁ ଏକ ସଚେତନତା ଭିଡିଓ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। କରୀନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
”ସୁସ୍ଥ ରହିବା ପାଇଁ ଭଲ ଖାଇବା, ରୋଷେଇ ଘର ସଫା ସୁତରା ରଖିବା ଜରୁରି, ଏହା ସମସ୍ତେ ଜାଣନ୍ତି। ଏହା ସହିତ ଆମେ ବାରମ୍ବାର ଛୁଁ ଥିବା ଜିନିଷକୁ ବି ସଫା କରିବା ଜରୁରୀ। ଯେମିତି ରୋଷେଇ ଘରର ସ୍ଲାବ, ଟେବୁଲ ଆଦି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି ଏହି ପରାମର୍ଶ ଦେଉଛି। ମୁଁ ବି କରୁଛି ଆପଣ ବ କରନ୍ତୁ’’, ଭିଡିଓରେ କହିଛନ୍ତି କରୀନା।
ଏହାପୂର୍ବରୁ କରୀନା କପୁର ଖାନ ସୋସିଆଲ ମିଡିଆରେ ତାଙ୍କ ଗାର୍ଲ ଗ୍ୟାଙ୍ଗର ଏକ ସୁନ୍ଦର ଫଟୋ ସେୟାର କରିଥିଲେ, ଯେଉଁଥିରେ କରିସ୍ମା କପୁର, ମଲାଇକା ଆରୋଡ଼ା ଏବଂ ଅମୃତା ଆରୋଡ଼ାଙ୍କୁ ଦେଖିବାକୁ ମିଳିଥିଲା।
















