ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୨୦ ତାରିଖରୁ କିଛି ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣା କୋହଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। କରୋନା ହଟସ୍ପଟ ଅଞ୍ଚଳକୁ ବାଦ୍‌ ଦେଇ କିଛି ସ୍ଥାନରେ ନିୟମ କୋହଳ କରାଯାଇଛି। ଜାଣନ୍ତୁ ଆଜିଠୁ କ’ଣ କୋହଳ ଏବଂ କାହା ଉପରେ କଟକଣା ଲାଗିଛି?

  • କେବଳ ଜରୁରୀ କାମରେ ଘରୁ ବାହାରିପାରିବେ ସାଧାରଣ ଲୋକ।
  • ୪ ଚକିଆ ଗାଡ଼ି ନେଇ ଆସୁଥିଲେ କେବଳ ଡ୍ରାଇଭର ସହ ଜଣେ ବ୍ୟକ୍ତି ପଛ ସିଟ୍‌ରେ ବସିପାରିବେ।
  • ୨ ଚକିଆ ଗାଡ଼ିରେ କେବଳ ଜଣେ ଯିବାକୁ ଅନୁମତି ମିଳିବ।
  • ଟ୍ୟାକ୍ସି, ଅଟୋ, କ୍ୟାବ୍ ଚଳଚଳ ଉପରେ କଟକଣା ରହିଛି। ମେ’ ୩ ଯାଏଁ ଏହିସବୁ ଗାଡ଼ି ଚଳାଚଳ କରିବ ନାହିଁ।
  • ଗ୍ୟାରେଜ ଖୋଲା ରହିବ।
  • ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଆଇଟି କମ୍ପାନି
  • ଗ୍ରୁପ୍‌ ଏ ଅଫିସରମାନେ ଅଫିସ୍‌କୁ ଆସି ପାରିବେ। ସେମାନେ ପରିଚୟପତ୍ର ଦେଖାଇ ଆସିବେ।
  • କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ମଧ୍ୟ ନିଜ ପରିଚୟପତ୍ର ଦେଖାଇ ଅଫିସ୍‌ ଆସିବେ। ଡେପୁଟି ସେକ୍ରେଟାରୀ ରାଙ୍କର ଅଫିସରମାନେ ଅଫିସ୍‌ ଆସିବେ।
  • ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଆଇଟି କମ୍ପାନି।
  • ଭୁବନେଶ୍ୱରରେ ଥିବା ଆଇଟି କମ୍ପାନିକୁ ୨୫ ପ୍ରତିଶତ କର୍ମଚାରୀ ଆସିବେ। ଆଉ ସମସ୍ତେ ଘରେ ବସି କାମ କରିବେ।
  • ସାମାଜିକ ଦୂରତା ରଖି ବଡ଼ ଗାଡ଼ିରେ ଅଫିସ ଆସିବେ କର୍ମଚାରୀ।
  • ଅଫିସ ଭିତରେ ୧୦ ଫୁଟ ଦୂରତା ରଖି କାମ ହେବ।
  • ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ଆସିବେ। ଲିଫ୍ଟରେ ୪ରୁ ଅଧିକ କର୍ମଚାରୀ ଯାଇପାରିବେ ନାହିଁ।
  • ଅଫିସ୍‌ରେ ଥର୍ମାଲ ସ୍କ୍ରିନିଂ ଏବଂ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ।
  • ଅନ୍‌ଲାଇନ୍‌ ସପିଂ ସର୍ଭିସ୍‌ ଜାରି ରହିବ। କେବଳ ଜରୁରୀ ସାମଗ୍ରୀ ଏମାନେ ଯୋଗାଇ ପାରିବେ।
  • ନିର୍ମାଣ କାମ ଏବଂ କୃଷି କାମ ଉପରେ କଟକଣା ନାହିଁ।
  • ଇଲେକ୍ଟ୍ରିସିଆନ, ପାଣିପାଇପ୍‌ ମିସ୍ତ୍ରୀ, ମୋଟର ମେକାନିକ୍‌ କାମ କରିବେ।
  • ଟ୍ରେନ୍‌ ଓ କାର୍ଗୋ ବିମାନରେ ଆସିବ ଅତ୍ୟାବଶ୍ୟକ ସାମଗ୍ରୀ।
  • ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲପ୍ରରେ ଚାଲିବ ଟ୍ରେନ୍‌ ଓ କାର୍ଗୋ ବିମାନ।
  • ବ୍ୟାଙ୍କ, ଏଟିଏମ୍‌, ପୋଷ୍ଟ ଅଫିସ୍‌ ଖୋଲା ରହିବ।

Comment