ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ସମୟରେ ଅନେକ ଲୋକ ନିଜ ମୋବାଇଲ ଫୋନରେ ବହି ପାଇଯାଉଛନ୍ତି। ହେଲେ ଆହୁରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ବହି ପଢ଼ିବାକୁ ଭଲ ଲାଗେ। ସେମାନେ ଲାଇବ୍ରେରୀରେ ଅନେକ ସମୟ ମଧ୍ୟ କାଟନ୍ତି। ତେବେ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠାରୁ ବଡ଼ ଲାଇବ୍ରେରୀ କେଉଁଠି ଅଛି। ଯେଉଁଠି ରହିଛି ୧୬ କୋଟିରୁ ଅଦିକ ପୁସ୍ତକ ଓ ଅନ୍ୟନ୍ୟ ଦଲିଲ।

ବିଶ୍ଵର ୫ଟି ବଡ଼ ଲାଇବ୍ରେରୀ

ବିଶ୍ଵର ସବୁଠାରୁ ବଡ଼ ଲାଇବ୍ରେରୀ ମଧ୍ୟରେ ଲାଇବ୍ରେରୀ ଅଫ୍‌ କଂଗ୍ରେସ ବେଶ ଜଣାଶୁଣା। ଏହା ପ୍ରାୟ ୨୧୯ ବର୍ଷ ପୁରୁଣା। ଏହା ୨୪ ଏପ୍ରିଲ ୧୮୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ଲାଇବ୍ରେରୀରେ ୪୭୦ଟି ପୁସ୍ତକ ରହିଛି। ଏହାସହ ଏହି ଲାଇବ୍ରେରୀରେ ୩ ହଜାରରୁ ଅଧିକ ଲୋକ କାମ କରନ୍ତି।

ଲଣ୍ଡନରେ ଅବସ୍ଥିତ ‘ବ୍ରିଟିଶ ଲାଇବ୍ରେରୀ’ ବିଶ୍ଵର ଦ୍ୱିତୀୟ ବୃହତ୍ତମ ଲାଇବ୍ରେରୀ ଭାବରେ ପରିଗଣିତ ହୋଇଛି। ଯେଉଁଥିରେ ପ୍ରାୟ ୧୫୦ ନିୟୁତ ପୁସ୍ତକ ଏବଂ ଅନ୍ୟାନ୍ୟ ପ୍ରାଚୀନ ଏବଂ ନୂତନ ଦଲିଲ ରହିଛି। ବ୍ରିଟିଶ ଲାଇବ୍ରେରୀ ଆକ୍ଟ ୧୯୭୨ ଅଧୀନରେ ୧ ଜୁଲାଇ ୧୯୭୩ରେ ଏହି ଲାଇବ୍ରେରୀ ଏକ ସ୍ଵତନ୍ତ୍ର ଅନୁଷ୍ଠାନ ଭାବରେ ପ୍ରତିଷ୍ଠିତ ହୋଇଥିଲା।

ଯଦି ଆମେ ଦୁନିଆର ତୃତୀୟ ବୃହତ୍ତମ ଲାଇବ୍ରେରୀ ବିଷୟରେ କହିବା, ଏହା ହେଉଛି ଆମେରିକାର ‘ନ୍ୟୁୟର୍କ ପବ୍ଲିକ୍ ଲାଇବ୍ରେରୀ’। ଏହା ଆମେରିକାର ଦ୍ୱିତୀୟ ବୃହତ୍ତମ ଲାଇବ୍ରେରୀ। ପ୍ରାୟ ପାଞ୍ଚ କୋଟି ୩୦ ଲକ୍ଷ ପୁସ୍ତକ ଏବଂ ଅନ୍ୟାନ୍ୟ ଦଲିଲ ଏଠାରେ ଅଛି। ଏହା ୧୮୯୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା।

ବିଶ୍ୱର ବୃହତ୍ତମ ଲାଇବ୍ରେରୀରେ କାନାଡାର ‘ଲାଇବ୍ରେରୀ ଏବଂ ଅଭିଲେଖାଗାର’ ଚତୁର୍ଥ ସ୍ଥାନରେ ରହିଛି, ଏଥିରେ ୫୦ ନିୟୁତରୁ ଅଧିକ ପୁସ୍ତକ ଏବଂ ଅନ୍ୟାନ୍ୟ ଦଲିଲ ରହିଛି। ଯଦି ଆମେ କେବଳ ବହି ବିଷୟରେ କଥା ହେବା, ତେବେ ଏଠାରେ ବହି ସଂଖ୍ୟା ପ୍ରାୟ ଦୁଇ କୋଟି। ଏହି ଲାଇବ୍ରେରୀ ୨୦୦୪ରେ ପ୍ରତିଷ୍ଠା ହୋଇଥିଲା।

ରୁଷର ରାଜଧାନୀ ମସ୍କୋରେ ଅବସ୍ଥିତ ରୁଷ ଷ୍ଟେଟ୍ ଲାଇବ୍ରେରୀ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଲାଇବ୍ରେରୀ। ଏଠାରେ ପ୍ରାୟ ୪୦ ନିୟୁତ ପୁସ୍ତକ ଏବଂ ଅନ୍ୟାନ୍ୟ ପ୍ରାଚୀନ ଏବଂ ନୂତନ ଦଲିଲ ଅଛି। କେବଳ ସେଥିରେ ଥିବା ପୁସ୍ତକ ସଂଖ୍ୟା ପ୍ରାୟ ଏକ କୋଟି ୭୦ ଲକ୍ଷ ପାଖାପାଖି।

Comment